ଓଡ଼ିଆ ନ୍ୟୁଜ୍: ପୁଣି ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା। ଏହି ଯାତ୍ରା ଜୁନ ମାସରେ ନାଥୁଲା ରୁଟ ଦେଇ ଆରମ୍ଭ ହେବ। ଏଥି ପାଇଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି।
୨୦୧୭ରେ ଡୋକଲାମ ଗତିରୋଧ ଓ ୨୦୧୯ କୋଭିଡ ମହାମାରୀ ଲାଗି କୈଳାଶ ମାନସରୋବର ଯାତ୍ରା ୫ ବର୍ଷ ଧରି ବନ୍ଦ ଥିଲା। ତେବେ ଚଳିତବର୍ଷରୁ ଯାତ୍ରା ପୁଣି ଆରମ୍ଭ ହେବ ଏଥି ପାଇଁ ସିକ୍କିମରେ ଭାରତ-ଚୀନ୍ ସୀମା ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭିତ୍ତିଭୂମି ସଂରଚନା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ନିର୍ମାଣ କାମ ଶ୍ରମ ଅଧିକାରୀ ସୁନୀଲ କୁମାରଙ୍କ ଦ୍ୱାରା ଜାରି ରହିଛି।
ଏଥିରେ ଅନୁକୂଳନ କେନ୍ଦ୍ରଗୁଡିକର ପୁନରୁଦ୍ଧାର ଆଗାମୀ ୩ରୁ ୪ ଦିନରେ ସରିଯିବ ବୋଲି ସେ କହିଛନ୍ତି। ଏଥର ଯାତ୍ରା ନିମନ୍ତେ ରାସ୍ତା ସମେତ ଅନୁକୂଳନ କେନ୍ଦ୍ର ସ୍ଥାପିତ କରାଯାଉଛି। ଏହି ସବୁ କେନ୍ଦ୍ରମାନଙ୍କରେ୫୦ରୁ ୬୦ ଜଣ ଲୋକ ରହି ପାରିବେ। ଏଥି ପାଇଁ ମାର୍ଗରେ ଦୁଇଟି ଅନୁକୂଳନ କେନ୍ଦ୍ର ସ୍ଥାପନ କରାଯାଇଛି।