କନ୍ଧମାଳର ଚା ଦୋକାନୀଙ୍କ ପୁଅ ପଢିବ ଡାକ୍ତରୀ ପାଠ, ନିଟ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ

0
ଓଡିଆ ନ୍ୟୁଜ୍(ବ୍ୟୁରୋ): ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ଯାହାକି, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟର ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଫୁଲବାଣୀର କଣ୍ଟ୍ରାକ୍ଟର ପଡା ର ବାସିନ୍ଦା ଶିବ ଶଙ୍କର ବେହେରାଙ୍କ ବଡ଼ ପୁଅ ସୁରଜ ମୋଟ ୬୩୫ ନମ୍ବର ରଖି ୮୬୫ ନମ୍ବର ସ୍ଥାନରେ ରହିଛନ୍ତି । ସୁରଜଙ୍କ ବାପା ମେଡିକାଲ ଛକରେ ଚା’ ଦୋକାନ କରି ନିଜ ପରିବାର ପୋଷନ୍ତି ।
ବାପାଙ୍କ ଇଚ୍ଛା ରହିଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ । ଆର୍ଥିକ ଅଭାବ ଥାଇ ମଧ୍ୟ ସୁରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି । ନିଟ୍ ଏଣ୍ଟ୍ରାନ୍ସ ପାଞ୍ଚଥର ଦେଇ ବିଫଳ ହୋଇ ଶେଷରେ ସୁରଜ ଲକ୍ଷ୍ୟ ହାସଲ କରିଛନ୍ତି । ଦୃଢ଼ ମନୋବଳ ହିଁ ତାଙ୍କୁ ଏହି ସଫଳତା ଆଣି ଦେଇଥିବା କହିଛନ୍ତି । ସୁରଜର କୃତକାର୍ଯ୍ୟରେ ବାପା ଶିବଶଙ୍କର ବେହେରା ଓ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବର୍ତ୍ତମାନ ବିଭିନ୍ନ ମହଲରୁ ସୁରଜଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

Leave A Reply

Your email address will not be published.