କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ: ମନ୍ତ୍ରୀମଣ୍ଡଳରେ ଯୋଡ଼ିହେଲେ ୨୪ ନୂଆ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ସମ୍ପ୍ରସାରଣ ହୋଇଛି କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି. ଶିବକୁମାରଙ୍କ ସହ ୧୦ ମନ୍ତ୍ରୀ ଶପଥ ନେଇଥିବାବେଳେ ଆଜି ଆଉ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଏମାନଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ନେଇଥିବା ନୂଆ ମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟରେ ୩୪ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି ।

ତେବେ ନୂଆ କ୍ୟାବିନେଟରେ ଜାତି ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରିଛନ୍ତି ସିଦ୍ଦରମୟା । ଆଜି ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ୩ଜଣ ଅନୁସୂଚିତ ଜାତିର ହୋଇଥିବାବେଳେ ୨ ଜଣ ଅନୁସୂଚିତ ଜନଜାତି ଓ ୫ଜଣ ପଛୁଆ ବର୍ଗର ବିଧାୟକ ।

Leave A Reply

Your email address will not be published.