ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି କେଜ୍ରିୱାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ‌୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।  ଜେଲରେ କେଜ୍ରିୱାଲ ଜାଣିଶୁଣି ଆଳୁ, ମିଠା, ଆମ୍ବ ଆଦି ଖାଉଥିବା ଇଡି ଅଭିଯୋଗ କରିଛି । କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି।

ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ରାଉଜ ଆଭେନ୍ୟୁ କୋର୍ଟରେ ଇଡି ଏଭଳି ଅଭିଯୋଗ ଆଣିବା ପରେ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 19 ତାରିଖରେ ହେବାକୁ ତାରିଖ ଧାର୍ଯ୍ୟ ହୋଇଛି ।  

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶରୀରର ସୁଗାର ମାତ୍ରାର ନିୟମିତ ଯାଞ୍ଚ କରିବା ପାଇଁ କୋର୍ଟଙ୍କ ଅନୁମତି ଲାଗି ଏକ ଆବେଦନ କରିଥିଲେ । ଏହା ଉପରେ ଆଜି ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଇଡି ପକ୍ଷରୁ ଆଇନଜୀବୀ ଜୋହେବ ହୁସୈନ କହିଥିଲେ, “ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶରୀରର ସୁଗାର ମାତ୍ରା ବଢାଇବା ଲାଗି ଘର ଆସୁଥିବା ଖାଦ୍ୟ ଖାଉଛନ୍ତି । ଏହାପରେ କୋର୍ଟ ତିହାର ଜେଲକୁ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ପ୍ରଦାନ କରିବା ଲାଗି ସମନ ଜାରି କରିଛନ୍ତି ।

Leave A Reply

Your email address will not be published.