ଓଡ଼ିଆ ନ୍ୟୁଜ୍: କଙ୍କାଳ’ ବ୍ୟାଙ୍କ ନେବା ଘଟଣାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସଂଘର ପ୍ରେସ୍ମିଟ୍। RDCଙ୍କ ପ୍ରତିକ୍ରିୟା ପରେ ମଲିପଶି ବ୍ରାଞ୍ଚ ମ୍ୟାନେଜରଙ୍କ ସପକ୍ଷରେ ବାହାରିଲା ସଂଘ।ମ୍ୟାନେଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ବିରୋଧ କରିବ ବ୍ୟାଙ୍କ ସଂଘ।’ଘଟଣାଟି ଅତି ଦୁର୍ଭାଗ୍ୟଜନକ, ଆମେ ଏଥିପାଇଁ ଦୁଃଖିତ’।ବ୍ୟାଙ୍କ ଓ ବ୍ରାଞ୍ଚ ମ୍ୟାନେଜରଙ୍କୁ ଯେଭଳି ଦାୟୀ କରାଯାଉଛି, ବିରୋଧ କରୁଛୁ।ଠିକ୍ ଭାବେ ତଦନ୍ତ ନ ହୋଇ କାର୍ଯ୍ୟାନୁଷ୍ଠାନ ନେଲେ ମ୍ୟାନେଜରଙ୍କୁ ସଂଘ ସୁରକ୍ଷା ଦେବ।ଏହି ଘଟଣାକୁ ନେଇ ଏବେ ଦୁଇ ପ୍ରଶାସନିକ ଗୋଷ୍ଠୀ ମଧ୍ୟରେ ଟଣା ଓଟରା ଲାଗିଥିବା ଦେଖାଯାଇଛି ।
ପ୍ରକାଶଯୋଗ୍ୟ, କେନ୍ଦୁଝର ଜିଲ୍ଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ ଭଉଣୀର କଙ୍କାଳ ଖୋଳି କାନ୍ଦରେ ବୋହି ବୋହି ନେଇ ବ୍ୟାଙ୍କ ସମ୍ମୁଖରେରେ ରଖିବା ଭଳି ସମ୍ବେଦନଶୀଳ ଘଟଣା ସାରା ଦେଶ ଓ ବିଦେଶରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ଜିଲ୍ଲା ଘୋର ଲଜ୍ଜିତ ହେବା ସହ ଏହି ଅଘଟଣ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ପରେ RDCଙ୍କ ତଦନ୍ତ ରିପୋର୍ଟ ଏବେ ବ୍ୟାଙ୍କ ଅଫିସରଙ୍କ କାର୍ଯ୍ୟ ପରେ ପ୍ରଶ୍ନବାଚୀ ଲଗାଇଛି । RDCଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ମଲ୍ଲିପଶି ଗ୍ରାମୀଣ ବ୍ୟାଙ୍କ ସପକ୍ଷରେ ଏବେ ବାହାରିଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ।