କେନ୍ଦୁଝର ଜିଲ୍ଲାରେ କରୋନାକୁ ନେଇ ନୂଆ ଗୁଜବ

0

୧୪.੦୩.୨੦୨੦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  କେନ୍ଦୁଝର ଜିଲ୍ଲରେ କରୋନାକୁ ନେଇ ଦେଖିବାକୁ ମିଳିଛି ଆଉ ଏକ ଗୁଜବ l ପ୍ରଥମେ ଦେଖିବାକୁ ମିଳିଥିଲା ସାତଟି ତୁଳସୀ ପତ୍ର ଖାଇଲେ କରୋନା ସଂକ୍ରମଣ ହେବ ନାହିଁ ର ଗୁଜବ । ଏବେ କିନ୍ତୁ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳୁଛି ଅଦ୍ଭୁତ ପ୍ରକାରର ଅପପ୍ରଚାର ୨ଟି ପୁଅ ଥିବା ଦମ୍ପତିଙ୍କ ଠାରୁ ୫ ଟଙ୍କା ନେଇ ଗୋଟିଏ ପୁଅ ଥିବା ଦମ୍ପତି ଶନିମନ୍ଦିରରେ ପୂଜା କଲେ କରୋନା ସଂକ୍ରମଣ ହେବ ନାହିଁ । ଏଭଳି ଗୁଜବ ପ୍ରଚାରହେବା  ପରେ  ମହିଳା ମାନେ ପୂଜା ସାମଗ୍ରୀ ଧରି ଶନି ମନ୍ଦିରରେ ପୂଜାର୍ଚନା ଚଳାଇଛନ୍ତି  l ଏଥିପାଇଁ ଶନି ମନ୍ଦିର ମାନଙ୍କରେ ରେ ପ୍ରବଳ ଭିଡ ଜମିବାରେ ଲାଗିଛି l

Leave A Reply

Your email address will not be published.