କରୋନା ପାଇଁ ମ୍ୟାଚ ବାତିଲ

0

୧୪.੦୩.୨੦୨੦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  କରୋନା ଭୁତାଣୁ ସାରା ବିଶ୍ୱରେ ମହାମାରୀର ରୂପ ନେଉଥିବାରୁ ଖେଳାଳିଙ୍କ ସୁରକ୍ଷା ନିମନ୍ତେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ )ଦିନିକିଆ ଶୃଙ୍ଖଳାକୁ ବାତିଲ କରିଛନ୍ତି І ପ୍ରଥମ ଦିନିକିଆ ବର୍ଷ। ଯୋଗୁଁ ବାତିଲ ହୋଇଥିବାବେଳେ ଆସନ୍ତା ଦୁଇଟି ମ୍ୟାଚ୍କୁ ମଧ୍ୟ ବାତିଲ କରାଯାଇଛି l 15 ଏବଂ 18 ତାରିଖରେ ବିନା ଦର୍ଶକରେ ମ୍ୟାଚ ଖେଳାଯିବାର ଥିଲା l ଏଥିପାଇଁ ଟିକେଟ ବିକ୍ରି ଉପରେ କଟକଣା ଲଗାଇବା ସହ ଯେଉଁମାନେ ଟିକେଟ କିଣିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ନିଷ୍ପତି ନିଆଯାଇଥିଲା l କିନ୍ତୁ ଶୁକ୍ରବାର ବିସିସିଆଇ ଅବଶିଷ୍ଟ ଦୁଇଟି ମ୍ୟାଚ୍କୁ ମଧ୍ୟ ବାତିଲ କରିଦେଇଛି l ଫଳରେ ଶୁକ୍ରବାର ଲକ୍ଷ୍ନୌ ରେ ପଂହଁଚିଯାଇଥିବା ଉଭୟ ଦଳ ଘର ବାହୁଡା ହେବେ l

Leave A Reply

Your email address will not be published.