କେସିଙ୍ଗା ପୁଲିସର ବଡ ସଫଳତା ସାତ ଜଣ ଡ଼କାୟତଙ୍କ ସହ ମାଷ୍ଟର ମାଇଣ୍ଡ ମହିଳା ଗିରଫ 

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ କୁ ବଡ଼ ସଫଳତା ଗତ୨୯ ତାରିଖରେ କେସିଙ୍ଗା  ଓ୍ବାର୍ଡ ନମ୍ବର ୯ କଲେଜ୍ ରୋଡ ରେ ଥିବା ଲୁହା ଓ କୃଷି ଉଦ୍ୟୋଗ ମାଲିକ ସୁଭାଷ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ରାତି ପାଖାପାଖି ୨ ଟା ସମୟରେ ୯ ଜଣ ଡ଼କାୟତ ଘର ପଛ ଗେଟ ଭାଙ୍ଗି  ମାରଣାସ୍ତ୍ର ଦେଖାଇ ଲକର ଭାଙ୍ଗି ନଗଦ ୬ ଲକ୍ଷ ଟଙ୍କା ଓ ସୁନା ଓ ରୂପା ଗହଣା ଚୋରି କରି ଡ଼କାୟତ ମାନେ ଚମ୍ପଟ ମାରିଥିଲେ । ଯାହାକୁ ନେଇ କେସିଙ୍ଗା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।କେଶ ନଂ ୧୮୩/୨୯.୫.୨୩ ଅନୁସାରେ କେସିଙ୍ଗା ଏସ ଡି ପି ଓ ରୋହିତ ବର୍ମା ଙ୍କ ନେତୃତ୍ୱରେ କେସିଙ୍ଗା ଆଇ ଆଇ ସି ସତ୍ୟ କୁମାର ନନ୍ଦ ଓ ଅନ୍ୟ ପୁଲିସ ଅଧିକାରୀଙ୍କୁ ନେଇ ବିଭିନ୍ନ ଟିମ ଗଠନ କରାଯାଇଥିଲା।

ସଫଳତାର ସହ କେସିଙ୍ଗା ପୁଲିସ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହେବା ସହ ଚୋରି ହୋଇଥିବା ୧ ଲକ୍ଷ ୧୨ ହଜାର ଟଙ୍କା, ଗୋଟିଏ ସୁନା ଚେନ, ଗୋଟିଏ ସୁନା ମୁଦି ଦୁଇଟି ଇୟର ରିଙ୍ଗ, ଗୋଟିଏ ମଙ୍ଗଲସୁତ୍ର, ଚାରୋଟି ଚୁଡ଼ି, ତିନୋଟି ହାତ ମୁଦି ଗୋଟିଏ ଡାଇମଣ୍ଡ ବ୍ରେସଲେଟ, ଦୁଇଟି ମୋବାଇଲ ଫୋନ ସହ ଚୋରି ହୋଇଥିବା ବହୁ ମୂଲ୍ୟବାନ ଜିନିଷ ପତ୍ର ଜବତ କରିବା ସହ ଡକାୟତିରେ ବ୍ୟବହୃତ ହୋଇଥିବା ଗୋଟିଏ ଛୁରୀ, ଗୋଟିଏ ଲୁହା ରଡ଼, ଗୋଟିଏ ସ୍କୃ ଡ୍ରାଇବର, ଗୋଟିଏ କ୍ରୋବାର, ସହ ଡ଼କାୟତ ମାନେ ବ୍ୟବହାର କରୁଥିବା ଦୁଇଟି ମୋଟର ସାଇକେଲ, ଚାରୋଟି ମୋବାଇଲ କୁ ମଧ୍ୟ ଜବତ କରିଥିବା କଳାହାଣ୍ଡି ଆରକ୍ଷୀ ନିରୀକ୍ଷକ ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଘଟଣା ରେ ସାମିଲ ଥିବା କ୍ଷିତିଶ ରଣା(୨୮) ଧୋବା ଖର୍ସେଲ(୩୦)ଦୈତାରି କରୁଆ(୨୬)ରୁକମଣ ରଣା(୨୨)ବବଲୁ ଦୀପ(୨୪)ବିପେଶ ରଣା(୧୭)ଓ ମାଷ୍ଟର ମାଇଣ୍ଡ ସୁବିଧା ରଣା ଓରଫ ଉର୍ମିଲାରଣା(୫୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ରୁ ଜଣାପଡିଛି ମାଷ୍ଟର ମାଇଣ୍ଡ ଉର୍ମିଲା ବ୍ୟବସାୟୀ ସୁଭାଷ ଅଗ୍ରବାଲ ଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ ଓ ସମସ୍ତ ସୂଚନା ସେ ଡକାୟତ ଙ୍କୁ ଉପଲବ୍ଧ କରାଇଥିଲେ। ବର୍ତ୍ତମାନ ଏହି କେଶ ତଦନ୍ତ ଜାରି ରହିଥିବା ବେଳେ ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.