ଖଗେଶ୍ୱର ଖୋଲୁଛି ଅର୍ଚ୍ଚନା ନାଗ ପେଡି: ନେତା ମନ୍ତ୍ରୀଙ୍କ ମନରେ ଛନକା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖଗେଶ୍ୱର ଖୋଲୁଛି ଅର୍ଚ୍ଚନା ନାଗ ପେଡିର ଗୁମର । ଜେରା ବେଳେ ବାବୁଙ୍କ ନା ଧରିଛି ଖଗେଶ୍ୱର।ଏବେ ଚିନ୍ତାରେ ବାବୁ ଓ ନେତା।ଆଜି ଅର୍ଚ୍ଚନା ଙ୍କ ବାପାଙ୍କୁ ମାରାଥନ ଜେରା କରିଛି ଇଡି। ଦୀର୍ଘ ସମୟ ଧରି ଇଡି ଅଧିକାରୀ ଅର୍ଚ୍ଚନା କଳା ସାମ୍ରାଜ୍ୟ ବିଷୟରେ ପଚରାଉଚରା କରିଛନ୍ତି. ସେପଟେ ଖଗେଶ୍ୱର ଠାରୁ ଜବତ 2 ମୋବାଇଲ କୁ ନେଇ ତଦନ୍ତ କରିଛି ଇଡି । ମୋବାଇଲ ରୁ ଡିଲିଟ ହୋଇଥିବା ଡାଟାକୁ ରିଟ୍ରିଭ କରୁଛି ED।

ଖଗେଶ୍ୱର ଖୋଲୁଚି ଅର୍ଚନା କଳା ସାମ୍ରାଜ୍ୟର ଗୁମର।ଖଗେଶ୍ୱରର ୨ମୋବାଇଲରେ ଲୁଚି ରହିଛି କ୍ରାଇମ ସିଣ୍ଡିକେଟର ରହସ୍ୟ। ଅର୍ଚନାବାପାଙ୍କ ମୋବାଇଲରୁ ଇଡି ଖୋଜୁଛି ଝିଅ କଳା ସାମ୍ରାଜ୍ୟର ତଥ୍ୟ । ଦିନ ତମାମ ଘନ ଘନ ଜେରା, ଘନ ଘନ ପ୍ରଶ୍ନ । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଆଜି ଆର୍ଚ୍ଚନାଙ୍କ ବାପାଙ୍କୁ ମାରାଥନ ଜେରା କରିଛି ଇଡି । କେସିଙ୍ଗା ଘରୁ ଜବତ ତଥ୍ୟ କୁ ଭିତ୍ତିକରି ଅର୍ଚ୍ଚନା ଙ୍କୁ ପଚରାଉଚରା କରିଛି ଇଡି। ଏପରିକି ଅର୍ଚ୍ଚନା ବାପାଙ୍କ ମୋବାଇଲ ଫୋନକୁ ମଧ୍ୟ ଜାଞ୍ଚ କରାଯାଇଛି । ତେବେ ପଚରାଉଚରା ବେଳେ କିଛି ଏମିତି ଥିଲା ପ୍ରଶ୍ନ । ଅର୍ଚ୍ଚନା ଭୁବନେଶ୍ୱର ଆସିବା ପରେ କେଉଁଠି କଣ କରୁଥିଲେ । କୋଟି କୋଟି ସମ୍ପତ୍ତି ପଛର ରହସ୍ୟ କଣ । ହନିଟ୍ରପ ଓ ବ୍ଲାକ ମେଲିଂ କଥା କେତେ ସତ । କେଉଁ ନେତାମନ୍ତ୍ରୀ ଅର୍ଚ୍ଚନାଙ୍କ ଯୋଗାଯୋଗ ରେ ରହୁଥିବା କଥା ଜାଣିଛନ୍ତି କି ?

ସେପଟେ ରିମାଣ୍ଡ ରେ ଥିବା ଖଗେଶ୍ୱର ଙ୍କ ମୋବାଇଲ ଫୋନକୁ ନେଇ ତଦନ୍ତ ଜାରି ରଖିଛି ଇଡି । ଖଗେଶ୍ୱର ଙ୍କ ମୋବାଇଲ ଫୋନରୁ ସମସ୍ତ ତଥ୍ୟ ଡ଼ିଲିତ ହୋଇଯାଇଥିବା ଜଣା ପଡ଼ିଛି। ହେଲେ କାହିଁକି ମୋବାଇଲ ରୁ ତଥ୍ୟ ଡିଲିଟ କଲେ ଖଗେଶ୍ୱର ତାକୁ ନେଇ ଉଠିଛି ପ୍ରଶ୍ନ। ଦିଲିଟ ତଥ୍ୟ କୁ ରିକୋଭରି କରିବା ପାଇଁ ଇଡି ଏକ୍ସପର୍ଟ ଟିମ ଜରିଆରେ ତଦନ୍ତ କରୁଥିବା ଜଣା ପଡ଼ିଛି ।

 

Leave A Reply

Your email address will not be published.