ଖଣି ଅଧିକାରୀଙ୍କ ଗାଡ଼ି କାଚ ଭାଙ୍ଗିଲେ ମାଫିଆ

0

ଓଡ଼ିଆ ନ୍ୟୁଜ୍: ଖଇରା କନିଷ୍ଠ ଖଣି ଅଧିକାରୀଙ୍କ ଗାଡ଼ି କାଚ ଭାଙ୍ଗିଲେ ମୋରମ ମାଫିଆ। କୁପାରି ଅଞ୍ଚଳରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଆକ୍ରମଣ। ଗୋଟିଏ କାର ଓ ୨ଟି ବାଇକ୍‌ରେ ଆସି ମୋରମ ମାଫିଆଙ୍କ ଆକ୍ରମଣ। ସୁନ୍ଦରପୁର ଛକରେ ଗାଡ଼ିକୁ ଅଟକାଇ କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଏପରିକି ମାଫିଆମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ହତ୍ୟା ଧମକ ଦେଇଥିଲେ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୁପାରି ଅଞ୍ଚଳରେ ଚଢାଉ କରିବାକୁ ଯାଇଥିଲେ ଖଇରା କନିଷ୍ଠ ଖଣି ଅଧିକାରୀ । ଏହି ସମୟରେ ମୋରମ ମାଫିଆମାନେ ଆକ୍ରମଣ କରିଥିଲେ । ଗୋଟିଏ କାର ଓ ୨ଟି ବାଇକ୍ରେ ଆସି ମୋରମ ମାଫିଆ ଆକ୍ରମଣ କରିଥିଲେ । ସୁନ୍ଦରପୁର ଛକରେ ଗାଡ଼ିକୁ ଅଟକାଇ କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ । ଏପରିକି ମାଫିଆମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ହତ୍ୟା ଧମକ ବି ଦେଇଥିଲେ । ବିଶେଷ ସୁତ୍ରରୁ ଖବର ପାଇ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା ଚଢାଉ କରିବାକୁ ଯାଇଥିଲେ ।

ସେପଟ ଏହି ଆକ୍ରମଣରେ ୧୦ରୁ ଅଧିକ ମାଫିଆ ଥିବା ସୂଚନା ମିଳିଛି । ଆକ୍ରମଣ ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।ପ୍ରତିଦିନ ଉକ୍ତ ଅଞ୍ଚଳରେ ଖୁଲମ୍ଖୁଲା ମୋରମ ଚୋରା ଚାଲାଣ ହେଉଥିବାର ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.