ମୋତେ ବିଷ ଇଞ୍ଜେକ୍ସନ ଦେଇ ଧୀରେଧୀରେ ମାରିଦେବେ : ଇମ୍ରାନ ଖାନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ମଙ୍ଗଳବାର (ମେ ୯) ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ରାଷ୍ଟ୍ରପତି ତେହେରିକ-ଇ-ଇନସାଫ (ପିଟିଆଇ) ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହାପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘାରିଛି ହତ୍ୟା ଭୟ। ଇସଲାମାବାଦ ହାଇକୋର୍ଟ ବାହାରୁ ମଙ୍ଗଳବାର ଗିରଫ ହୋଇଥିବାଇମ୍ରାନ ଖାନଙ୍କୁ ଆଜି ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା ।

ଏଠାରେ ନ୍ୟାସନାଲ ଆକାଉଣ୍ଟଟେବିଲିଟି ବ୍ୟୁରୋ ଇମ୍ରାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁରୋଧ କରିଥିଲା ।କୋର୍ଟ ଶୁଣାଣି କରି ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି । ତେବେ ଏଠାରେ ଇମ୍ରାନ ଖାନ ଅନେକ ବଡ଼ ଦାବି କରିଥିଲେ । ସେ କହିଛନ୍ତି ଯେ ମୋର ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଛି । ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଧୀରେ ଧୀରେ ହତ୍ୟା କରାଯିବ ।

ଇମ୍ରାନ ଖାନଙ୍କ ପାର୍ଟି ପିଟିଆର ନେତା ଶେଖ ରଶିଦ ମଧ୍ୟ ମଙ୍ଗଳବାର ଦାବି କରିଥିଲେ ଯେ ତାଙ୍କ ନେତାଙ୍କୁ ହତ୍ୟା କରାଯାଇପାରେ । ହତ୍ୟା ଷଡଯନ୍ତ୍ର ଅଭିଯୋଗ ଉପରେ ସେନା ଏବଂ ପିଏମ ଶହବାଜ ସରିଫ କହିଛନ୍ତି ଯେ ଇମ୍ରାନ ଖାନ ଡ୍ରାମା କରୁଛନ୍ତି । ଇମ୍ରାନ ଖାନଙ୍କୁ ବୁଧବାର ଇସଲାମାବାଦ ପୋଲିସ ଲାଇନରେ ଥିବା ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା ।

ଏଠାରେ ନ୍ୟାସନାଲ ଆକାଉଣ୍ଟଟେବିଲିଟି ବ୍ୟୁରୋ କହିଛି ଯେ ଜମି ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡର ଆବଶ୍ୟକତା ରହିଛି । କୋର୍ଟ ମାମଲାର ଶୁଣାଣି କରି ନିଜ ରାୟ ସଂରକ୍ଷିତ ରଖିଛନ୍ତି ।

ଏହାରି ଭିତରେ ଇମରାନ ଖାନଙ୍କ ସମର୍ଥକଙ୍କ ଉପରେ ପୋଲିସର ଆକ୍ସନ ଜାରି ରହିଛି । ଇମ୍ରାନ ଖାନଙ୍କ ପାର୍ଟିର ନେତା ଅସଦ ଉମରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହାସହିତ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଅନ୍ୟପଟେ ଇମ୍ରାନ ଖାନ ଗିରଫ ହେବା ପରଠାରୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ସମର୍ଥକମାନେ ସାରା ଦେଶରେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ଅନୁମାନ କରାଯାଉଛି ଯେ ପାକିସ୍ତାନ ଇଣ୍ଟେଲିଜେନ୍ସ ଏଜେନ୍ସିର ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ ଏଥିରେ ଇମ୍ରାନ ଖାନଙ୍କୁ ସାହାଯ୍ୟ କରୁଛନ୍ତି। ବିଶ୍ୱାସ କରାଯାଏ ଯେ ଇମ୍ରାନ ଖାନ ମଧ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କୁ ସେନା ମୁଖ୍ୟ କରିବାକୁ ଚାହୁଁଥିଲେ। ଏହି ପ୍ରତିବାଦ ଯୋଗୁଁ ପାକିସ୍ତାନୀ ସେନା ଏବଂ ଗୁପ୍ତଚର ଏଜେନ୍ସି ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୈନ୍ୟବାହିନୀରେ ବିଭାଜନ ହୋଇଥିବାର ଦେଖାଯାଉଛି।

Leave A Reply

Your email address will not be published.