ସରକାରୀ ଅଧିକାରୀଙ୍କ ଗସ୍ତରେ ମନ୍ତ୍ରୀମାନେ ଛତା ଧରିବାର ପରମ୍ପରା କେବଳ ବିଜେଡ଼ି ସରକାର: ଅନିଲ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):– ସରକାରୀ ଅଧିକାରୀଙ୍କ ଗସ୍ତରେ ମନ୍ତ୍ରୀମାନେ ଛତା ଧରିବାର ଦେଖାଯାଉଛି । ଏହା ହେଉଛି ବିଜେଡି ସରକାରର ପରମ୍ପରା । ତେଣୁ ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ପ୍ରବକ୍ତା ମାନେ ନିଜେ ଶିଖିଲେ ଭଲ ହୁଅନ୍ତା ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ସେ କହିଛନ୍ତି ଯେ ବିଜେଡ଼ି ପ୍ରବକ୍ତା ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ଏକ ହାସ୍ୟାସ୍ପଦ । ବିଜେପି ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ସବୁବେଳେ ଲଢ଼େଇ କରି ଆସିଛି କିନ୍ତୁ ବିଜେଡି କେବଳ ରାଜନୀତି କରିବା ଛଡା ଆଉ କିଛି ଜାଣୁନାହିଁ । ବିଜେପିରେ କୌଣସି ପ୍ରତିଯୋଗିତା ନେତାମାନେ କରନ୍ତି ନାହିଁ ବରଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି । କପିଳେଶ୍ୱର ମନ୍ଦିର ସମ୍ପର୍କୀୟ ଏଏସଆଇ ଗେଜେଟ୍ ଏବଂ ଚିଠିକୁ ଠିକରେ ପଢିଥିଲେ ବିଜେଡ଼ି ପ୍ରବକ୍ତା ଏଭଳି ଅପରିପକ୍ୱତା ମାନସିକତାର ଉତ୍ତର ଦେଇନଥାନ୍ତେ ।

କିଛି ନ କରି ସବୁବେଳେ ଶ୍ରେୟ ନେବାର ଦଳ ହେଉଛି ବିଜେଡ଼ି ଦଳ ଓ ବିଜେଡ଼ି ସରକାର । ପ୍ରଥମେ ଅକ୍ଟୋବର ୨୦୧୯ରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବା ବେଳେ ୨୦୨୩ରେ ବିଜେଡ଼ି ସେହି କଥାକୁ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରିଥିଲା । ସେହିପରି ଡିସେମ୍ବର ୨୦୧୭ରେ ପାରଳା ମହାରାଜାଙ୍କ ବିୟୋଗ ହୋଇନଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତା ଦେଇଥିଲେ କି ନାହିଁ ? ଏହି ମନ୍ତବ୍ୟକୁ ନେଇ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ନିକଟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ ଭାରତ ସରକାର ଘୋଷଣା କରାଯିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସରକାରରେ ଥିବା ମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ ପତ୍ର ଲେଖିବା ହାସ୍ୟାସ୍ପଦ ନୁହେଁ କି ? ଏହା ଉପରେ ବିଜେଡି ପ୍ରବକ୍ତା ଉତ୍ତର ରଖିବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.