ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା: .କେମିତି ବଡ଼ ଭାଇର ପରିବାରକୁ ନିଶ୍ଚିହ୍ନ କଲା ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କେମିତି ହୋଇଥିଲା ମାହାଙ୍ଗା କୁସୁପୁର ଗଣହତ୍ୟା ? ଘଟଣାସ୍ଥଳରେ ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ। ୫ ଜଣଙ୍କୁ କେମିତି ହାଣିଲା ଡେମୋ ଦେଖାଇଛି ଶିବ। ଆଜି କଡା ସୁରକ୍ଷା ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି କ୍ରାଇମ ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା। ଘଟଣାସ୍ଥଳରୁ ଶାବଳ ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏହା ପରେ କୁସୁପୁର ଗାଁରେ ଥିବା ଶିବର ଭଡ଼ା ଘରେ ଯାଇ ମଧ୍ୟ ପୋଲିସ ସିନ ରିକ୍ରିଏସନ କରିଛି । ଏଠାରେ ଶିବ ଲୁଚେଇ ଥିବା କିଛି ମାରଣାସ୍ତ୍ର ବିଷୟରେ ମଧ୍ୟ ପୋଲିସକୁ ଦେଖେଇଥିଲା । ଡେମୋ ଦେଖାଇବା ପରେ ମାହାଙ୍ଗା ଥାନାକୁ ଅଭିଯୁକ୍ତକୁ ନିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ କୁସୁପୁର ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚଳାଇଛି ମାହାଙ୍ଗା ଥାନା ପୋଲିସ ।

କାହିଁକି ଓ କେମିତି ହତ୍ୟା କଲା ? ୫ ଜଣଙ୍କୁ ମାରିଥିବା ଶିବ ସ୍ୱୀକାର କରୁଥିଲେ ବି ତା କଥାରେ କେତେ ସତ ରହିଛି? ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହ ଘନଉଛି । ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରିକୁ ନିର୍ମମ ଭାବରେ ହାଣି ହତ୍ୟା କରିଥିଲେ ବି ଟିକିଏ ଅନୁତାପ କରୁନି । ଏବେ ମୃତକଙ୍କ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଅନ୍ୟପଟେ ଆସନ୍ତାକାଲି ଶିବର ତିନି ଦିନିର ରିମାଣ୍ଡର ଅବଧି ଶେଷ ହେବ । ସେପଟେ ହତ୍ୟାକାଣ୍ଡ ବାବଦରେ ଶିବର ପତ୍ନୀଙ୍କୁ ମଧ୍ୟ ପୋଲିସ ଆଗାମୀ ଦିନରେ ପଚରାଉଚରା କରିବ ।

Leave A Reply

Your email address will not be published.