Kiss Me More ଗୀତରେ ଝୁମିଲେ ଦିଶା ପଟାନୀ, ଭିଡିଓ ଦେଖି ଏପରି କମେଣ୍ଟ କଲେ ଟାଇଗର୍

0

ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ନିକଟରେ ତାଙ୍କର ଏକ ବିକିନି ପିନ୍ଧିଥିବା ଫଟୋ ଇଣ୍ଟରନେଟ୍ ରେ ଏବେ ବେଶ୍ ଭାଇରାଲ୍ ହୋଇଥିଲା । ଏବେ ଦିଶାଙ୍କର ଲାଟେଷ୍ଟ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ସେ ଜବରଦସ୍ତ ଡାନ୍ସ କରୁଥିବା ନଜର ଆସିଛନ୍ତି । ତାଙ୍କର ମୁଭ୍ସ ରେ ଫ୍ୟାନ୍ସ ମାନଙ୍କ ଜବରଦସ୍ତ ରିଆକ୍ସନ୍ ଦେଖିବାକୁ ମିଳିଛି ।

ଭିଡିଓ ଟିକୁ ଦିଶ୍ରା ନିଜର ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ Kiss Me More ଗୀତରେ ଡାନ୍ସ କରୁଛନ୍ତି । ଭିଡିଓକୁ ଦିଶାଙ୍କ ଫ୍ୟାନ୍ସ ମାନେ ପସନ୍ଦ କରୁଥିବା ବେଳେ ଢ଼େର୍ ସାରା କମେଣ୍ଟ ମଧ୍ୟ କରିଛନ୍ତି । ତେବେ ତାଙ୍କ ଭିଡିଓରେ ଅନେକ ସେଲେବ୍ କମେଣ୍ଟ କରିଥିବା ବେଳେ ଟାଇଗର୍ ଶ୍ରଫ୍ ବି କମେଣ୍ଟ ଦେଇଛନ୍ତି । ସେ ଲେଖିଛନ୍ତି ଯେ, “ୟେ ବହତ୍ କୁଲ୍ ହେ” । ସେହିପରି ଟାଇଗର୍ ଙ୍କ ମା’ ଆୟଶା ଲେଖିଛନ୍ତି ଯେ, ବହୁତ୍ କ୍ୟୁଟ୍ ।

 

View this post on Instagram

 

A post shared by disha patani (paatni) (@dishapatani)

ତେବେ ଦିଶା କିଛି ଦିନ ତଳେ ନିଜର ଏକ ବିକିନି ପିନ୍ଧିଥିବା ଫଟୋ ଅପଲୋଡ୍ କରିଥିଲେ । ଫଟୋରେ ଦିଶାଙ୍କୁ ବିଚ୍ ରେ ଦେଖିବାକୁ ମିଳିଥିଲା । ସବୁଥର ପରି ସେଥିରେ ସେ ବିଚ୍ ଲୁକ୍ ରେ ନଜର ଆସିଥିଲେ । ତେବେ ଇନଷ୍ଟାଗ୍ରାମରେ ତାଙ୍କର ୪୪ ମିଲିୟନ୍ ଫଲୋୟର୍ସ ରହିଛନ୍ତି ।

Leave A Reply

Your email address will not be published.