କୋଟିଆରୁ ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍

0

ଓଡ଼ିଆ ନ୍ୟୁଜ୍: କୋଟିଆରେ ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍‌।ସ୍ୱାସ୍ଥ୍ୟ ଯାଞ୍ଚ ସହ ଔଷଧ ପ୍ରଦାନ ବେଳେ ତଡ଼ିଲା ବ୍ଲକ ପ୍ରଶାସନ।ଉପରଗଞ୍ଜେଇ ପଦର ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିଲା।ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆଣି ଗାଁରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ।ଖବର ପାଇ ବ୍ଲକ ପ୍ରଶାସନ ଅଧିକାରୀ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିଲେ।

ପଡୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡିକରେ ବାରମ୍ବାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ପଛାଉ ନ ଥିବାବେଳେ ଓଡିଶା କିନ୍ତୁ ଆନ୍ଧ୍ର ଅନୁପ୍ରବେଶକାରୀଙ୍କୁ ଘଉଡାଇ ଭୁଣ୍ଡରୁ ଦାୟତ୍ୱ ହଟାଇ ଦେଉଛି। ଖବର ପାଇ ଅଧିକାରୀମାନଙ୍କୁ ଘଉଡାଇ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦେଇ ମୁଣ୍ଡରୁ ଦାୟିତ୍ୱ ହଟାଇ ଚାଲିଛି ବ୍ଲକ ପ୍ରଶାସନ ତଥା ଓଡିଶା । ଏହିପରି କାର୍ଯ୍ୟ ଦିନେ ନୁହେଁ କି ଦୁଇଦିନ ନୁହେଁ । ପଡୋଶୀ ଆନ୍ଧ୍ର ଓଡ଼ିଶାର କୋରାପୁଟ ଜିଲା ଅଧିନରେ ରହିଥିବା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ କୋଟିଆ ପଞ୍ଚାୟତକୁ ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି ।

ସେପଟେ ଏହିପରି ସ୍ଥିତିରେ ଶୁକ୍ରବାର ପୁଣି ଉକ୍ତ ରାଜ୍ୟର ସାଲୁର୍‌ ମଣ୍ଡଳମ ( ବ୍ଲକ ) ଅଧିନରେ ରହିଥିବା ତୋଣାମ PHC ଡାକ୍ତର ଅଜୟ କୁମାର ନିଜ ସହ ଏକ ଦଳ ନେଇ କୋଟିଆ ପଞ୍ଚାୟତ ତଳ ଗଞ୍ଜେଇ ପଦର ଗ୍ରାମରେ ପହଞ୍ଚି ସୱାସ୍ଥ୍ୟ ଶିବିର ଆୟୋଜନ କରି ସୀମାନ୍ତ ବାସୀଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ପ୍ରଦାନ କରୁଥିବା ବେଳେ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକ୍ରିଷ୍ନା ନାୟକ ଖବର ପାଇ ଉକ୍ତ ଗ୍ରାମରେ ପହଞ୍ଚି ଆନ୍ଧ୍ରର ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ସୀମାନ୍ତ ଗ୍ରାମ ଛାଡ଼ି ଚାଲିଯିବାକୁ କହିଥିଲେ ।

Leave A Reply

Your email address will not be published.