ଦଳ ପାଇଁ ଦେବାଶିଷଙ୍କର ଅବଦାନ ନାହିଁ: ଲେନିନ

0

ଓଡ଼ିଆ ନ୍ୟୁଜ୍: ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ କହିଲା ବିଜେଡି। ପ୍ରେସମିଟ୍‌ କରି ବର୍ଷିଲେ ବିଜେଡି ନେତା ଲେନିନ ମହାନ୍ତି। ଦଳଠାରୁ ସବୁ ଫାଇଦା ଓ ପଦପଦବୀ ନେଇଛନ୍ତି। ମୋତେ ଲାଗୁନି ତାଙ୍କ ପାଇଁ ଦଳରେ କ୍ଷତି ହେବ।ତାଙ୍କ ପାଇଁ କଟକରେ ଅନେକ ତୁଙ୍ଗ ନେତା ଦଳ ଛାଡ଼ିଛନ୍ତି।ସେ ନିଜେ ମଧ୍ୟ କଟକରେ ହାରିଛନ୍ତି, କୌଣସି ପ୍ରଭାବ ପଡ଼ିବନି।

ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ ଆଉ କେତେ ନେଇଥାନ୍ତେ । ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି । ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି ।

କଟକରେ ତାଙ୍କର ସଂଗଠନ ନାହିଁ । ଦିଲ୍ଲୀରେ କେବେ ତାଙ୍କ ସ୍ୱର ନଥିଲା । ଅନେକ ଲୋକ ଅଛନ୍ତି ଦିଲ୍ଲୀରେ ଦଳର ସ୍ୱର ଉଠାଇବା ପାଇଁ । ଦଳରେ ବର୍ତ୍ତମାନ କର୍ମୀ ସଂଖ୍ୟା ବଢ଼ୁଛନ୍ତି । ତାଙ୍କ ପ୍ରାପ୍ୟ ଠାରୁ ଅଧିକ ବିଜେଡି ଦେଇଛି ବୋଲି ଲେନିନ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.