ମେ ୨୦ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

0

ଭୁବନେଶ୍ୱର : ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୦ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା ସେନାପତି ଦମଦାର ଅଭିନୟ କରିଛନ୍ତି । ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର । ସୁଧାଂଶୁ ମୋହନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏଥିରେ ଦେଖିବାକୁ ମିଳିବ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଗୀତ ଗୁଡିକ ଗାଇଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ୍ ପାଢ଼ୀ, ତାରିକ୍ ଅଜିଜ୍‌, ଦିପ୍ତୀରେଖା ଓ ଅମ୍ରିତା ନାୟକ । ବହୁଦିନ ବ୍ୟବଧାନରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ଓଡିଆ ସିନେମା । ତେଣୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ର କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ।

Leave A Reply

Your email address will not be published.