ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଦମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି , ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଅଧିନସ୍ତ ମୁର୍ମୁଛକ ନିକଟରେ ଥିବା ମା ଜଗଦ୍ଧାତ୍ରୀଙ୍କ ପୂଜା ମଣ୍ଡପ ଠାରେ ,ପ୍ରତିବର୍ଷ ପରି ଏ ବର୍ଷ ୪୦ତମରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଗତ ୮ ତାରିଖ ଶୁକ୍ରବାର ଯଥାବିଧି ଅନୁଯାୟୀ ମାଙ୍କର ସପ୍ତମୀପୂଜା ଓ ଘଟ ଉତ୍ତୋଳନ କାର୍ଯ୍ଯକ୍ରମ ସ୍ଥାନୀୟ ବଡବନ୍ଧ ଠାରେ କରାଯାଇଥିଲା |
ମୁଖ୍ଯ ପୁରୋହିତ ଜନରଂଜନ ଦାଶ, ଟିକୁ ହୋତା ଏବଂ କର୍ତ୍ତାକର୍ତ୍ତୀ ମନୋମଥ ମହାପାତ୍ର (ପପୁ) ଓ ବବିତା ମହାପାତ୍ରଙ୍କ ସାହଚର୍ଯ୍ଯରେ ଯଜ୍ଞ, କର୍ମକାଣ୍ଡ ଓ ପୂଜାବିଧି ଆୟୋଜିତ ହୋଇଥିଲା | ୯ ତାରିଖ ଶନିବାର ମାଙ୍କର ଅଷ୍ଠମୀପୂଜା ହୋଇଥିଲା ବେଳେ ୧୦ ତାରିଖ ରବିବାର ମହାନବମୀ ପୂଜା ଅନୁଷ୍ଠିତ ହୋଇଥିଲା | ସୁଉଚ୍ଚ ତୋରଣ ଓ ଲାଇଟ ଡେକୋରେସନରେ ମା ଜଗଦ୍ଧାତ୍ରୀଙ୍କର ମୂର୍ତ୍ତୀ ଆକର୍ଷଣୀୟ ହୋଇଥିଲା ଓ ରାଇରଙ୍ଗପୁର ସହରସ୍ତ ମୁର୍ମୁଛକ ସୁଶୋଭିତ ଦେଖାଯାଇଥିଲା | ମା ଦୂର୍ଗାଙ୍କର ଅନନ୍ଯ ରୂପ ମା ଜଗଦ୍ଧାତ୍ରୀ ଓ ସେ ଭକ୍ତମାନଙ୍କର ମନୋବାଞ୍ଛା ପୂରଣ କରି ଭକ୍ତଙ୍କୁ ଜ୍ଞାନୀ, ମାନୀ ଓ ବିଦ୍ବାନ ବ୍ଯକ୍ତିଭାବେ ଗଢିତୋଳନ୍ତି | ସୋମବାର ୧୧ ତାରିଖ ମାଙ୍କର ମହାଦଶମୀ ପୂଜା, ଅପରାଜିତା ପୂଜା ଓ ବିସର୍ଜନ କାର୍ଯ୍ଯ ସମାପନ ହେବା ପରେ ଆସନ୍ତା ବୁଧବାର ୧୩ ତାରିଖ ଭସାଣୀ ପର୍ବ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୂଚନା ମିଳିଛି |
ମା ଜଗଦ୍ଧାତ୍ରୀ ପୂଜା କମିଟୀ ତରଫରୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅନ୍ନ ଭୋଗ ଓ ଖିରି ମାଲପୁଆ ପରିବେଷଣ କରାଯାଇଥିଲା | ଏଥିରେ ସଭାପତି ଧନ ଗୋବିନ୍ଦ ମହାନ୍ତ , ଉପସଭାପତି ଭାନୁଚରଣ ଦାସ, ସଂପାଦକ ସୂର୍ଯ୍ଯକାନ୍ତ ବେରା, ସହସଂପାଦକ ଗୁନୁ ବୈଠା, ସାହିଲ ମହାନ୍ତି, ଶ୍ରୀତମ୍ ମହାନ୍ତି, ଉପଦେଷ୍ଟାମଣ୍ଡଳୀ ରାଜକିଶୋର ମହାପାତ୍ର, ଗୋବିନ୍ଦ ମହାନ୍ତ, ଟୁକୁଲା ନାଗ ତଥା କାର୍ଯ୍ଯକାରୀ ସଦସ୍ଯଗଣଙ୍କ ସହଯୋଗରେ ପୂଜାକର୍ମ ଓ ଆନୁଷ୍ଠାନିକ କର୍ମ ପରିଚାଳିତ ହୋଇଥିଲା |