ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଆରା ଢଙ୍ଗରେ ମୋଲଣୀ ନେଲେ ମା। ବାର ମାସେ ୧୩ ପର୍ବ ପାଳନ କରନ୍ତି ଓଡ଼ିଆ ମାନେ ସେଥିମଧ୍ୟରୁ ଖୁଦୁରୁକୁଣୀ ଓଷା ଅନ୍ୟତମ। ଏହି ଓଷା ଭାଦ୍ରବ ମାସରେ ଆରମ୍ଭ ହୋଇଥାଏ। ଏହି ଓଷା ପ୍ରତ୍ୟେକ ରବିବାର ଦିନ ମା’ଙ୍କୁ ପୂଜା କରନ୍ତି। ଏହି ଓଷା ପାଞପାଳି ଧରି ଚାଲିଥାଏ।
ଏହି କୁ କୁମାରୀ ମାନେ ଭାଇ ମାନଙ୍କ ସୁଭ ମନାସି କରିଥାନ୍ତି। ସେହିପରି ଏ ବର୍ଷ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ର ବଙ୍ଗାଳା ପୁର ଠାରେ ବେସ ଧୁମଧାମରେ ପାଳନ କରା ଯାଇଥିଲା। ଏବଂ ଆଜି ମା’ଙ୍କୁ ମେଲାଣି ଦିଆଯାଇଛି। କିନ୍ତୁ ଏଠି ଏକ ନିଆରା ପରମ୍ପରା ରେ ମା ମେଲାଣି ନେଇଛନ୍ତି। ଗ୍ରାମର ସମସ୍ତ କୁଆଁରି ମାନେ ଏକାଠି ହୋଇ ମା’ଙ୍କୁ ସୁସଜିତ କରି ଡାକ ବାଦ୍ୟ ବଜାଇ ମା ଖୁଦୁରୁକୁଣୀ ଭଜନରେ ନିଆରା କଳା ପ୍ରଦର୍ଶନୀ କରିଥିଲେ ଗ୍ରାମର ଯୁବତୀ ମାନେ |
ଏକ ବିରାଟ ପଟୁଆରରେ ସଂଗୀତର ତାଳେ ତାଳେ ନାଚି ନାଚି ଗାଁ ପରିକ୍ରମା କରି ଶେଷରେ ଗାଁ ପୋଖରୀ କୂଳରେ ମା ଙ୍କର ଶେଷ ପୂଜାଅର୍ଚନା ଶେଷ କରାଯାଇ ମା ଙ୍କୁ ଜଳଛାୟା କରାଯାଇଥିଲା | ଅନ୍ୟ ପକ୍ଷରେ ଗାଁର ଯୁବତୀ ମାନେ ବିଭିନ୍ନ ସଂଗୀତର ତାଳେ ତାଳେ ନାଚି ନାଚି ଗାଁ ରେ ଉଡ଼େଇଲେ ଧୂଳି ଆଉ ଏହି ମେଳଣକୁ ଉପଭୋଗ କରୁଥିଲେ ଗାଁର ଆବାଲ୍ୟ ବୃଦ୍ଧ୍ ବନିତା |
Comments are closed.