ମେସ୍ ମାଲିକ ପିଲାଙ୍କ ଟଙ୍କା ନେଇ ଫେରାର; ଥାନାରେ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମେସ୍ ମାଲିକ ପିଲାଙ୍କ ଟଙ୍କା ନେଇ ଫେରାର। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକରେ ଥିବା ଏକ ଘରୋଇ ମେସ୍ ମାଲିକ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ବେଳେ ଛାତ୍ର ମାନେ ସୋର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଏଠାରେ ଥିବା ବାବା କ୍ଷେମେଶ୍ୱର ମେସ୍ ମାଲିକ ବିଭୁ ସାମଲ ୨୫ଜଣ ଛାତ୍ରଙ୍କ ଠାରୁ ଟଙ୍କା ନେଇ ଫେରାର ହୋଇଥିବା ନେଇ ଛାତ୍ର ଏବଂ ଅବିଭାବକ ମାନେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଢ଼ ମାସ ହେବ ବିଭିନ୍ନ ଅଞ୍ଚଳ ରୁ ଆସି ଏହି ମେସ୍ ରେ ରହି ସୋର ଉପେନ୍ଦ୍ରନାଥ କଲେଜରେ ପାଠ ପଢ଼ୁଥିବା ବେଳେ ମେସ୍ ଚଳାଉ ଥିବା ଶିକ୍ଷକ ପ୍ରତ୍ୟେକଙ୍କ ନିକଟରୁ ୨୫ ହଜାର ଟଙ୍କା ଲେଖାଏଁ ନେଇଥିଲେ। କିନ୍ତୁ ସେ ମେସ୍ କୁ ଆସୁନଥିବାରୁ ପିଲାଙ୍କ ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।

ତା ସହିତ ପିଲାମାନଙ୍କ ଟଙ୍କା ନେଇ ଘର ମାଲିକକୁ ଦେଇ ନଥିବାରୁ ପିଲାମାନେ ସେଠାରେ ବହୁ ଅବ୍ୟବସ୍ଥା ମଧ୍ୟରେ ରହୁଥିବା ବେଳେ ଘର ମାଲିକ ବିଦ୍ୟୁତ, ପାଣି ଲାଇନ୍ କାଟି ଦେଇଥିବା ଅଭିଯୋଗ ହୋଇଛି। ଛାତ୍ର ମାନେ ଭୋକ ଉପାସରେ ରହୁଥିଲା ବେଳେ ଛାତ୍ର ମାନଙ୍କ ନିକଟରୁ ଖବର ପାଇ ଅବିଭାବକ ମାନେ ସେଠାରେ ପହଞ୍ଚିବା ପରେ ଆଜି ମଧ୍ୟାହ୍ନରେ ଅନ୍ୟ ଉପାୟ ନପାଇ ରାସ୍ତା ଉପରକୁ ଆସିଥିଲେ। ଏ ବାବଦରେ ସୋର ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।ପରିସ୍ଥିତି ଦୃଷ୍ଟିରୁ ଛାତ୍ର ମାନଙ୍କୁ ଅବିଭାବକ ମାନେ ନିଜ ନିଜ ଘରକୁ ନେଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.