ସରକାରୀ ଜମିକୁ ନେଇ ମହାଭାରତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରକାରୀ ଜମିକୁ ନେଇ ମହାଭାରତ।ଗୋଟିଏ ପରିବାର ଉପରେ ଦାଉ ସାଜିଛନ୍ତି କିଛି ଗ୍ରାମବାସୀ।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚାଲୁଣିଗାଁ ପଞ୍ଚାୟତ ଅଧିନ ମାଳିବରହମପୁର ଗ୍ରାମର କମଳାକାନ୍ତ ସାହୁ ପରିବାର ପ୍ରାୟ ୫୦ବର୍ଷ ହେବ କିଛି ସରକାରୀ ଜମି ଜବରଦଖଲ କରିଥିଲେ।ବର୍ତ୍ତମାନ ସେ ଜମି ବାବଦକୁ ଆବଶ୍ୟକ ସରକାରୀ ଦେୟ ପଇଠ କରୁଛନ୍ତି।ସେହି ଜମି ଉପରେ ଅସ୍ଥାୟୀ ବାଡ କରି କିଛି ଗଛପତ୍ର ଲଗାଇଥିଲେ।

କିଛିମାସ ପୂର୍ବରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ମଧୁସୂଦନପୁର ଗ୍ରାମର ୱ।ର୍ଡ ସଭ୍ୟ ସୁରେଶ ପାଣିଗ୍ରାହୀ ନିଜର କିଛି ସମର୍ଥକଙ୍କ ସହ ହଠାତ ସେଠାକୁ ଆସି ବାଡ ଭାଙ୍ଗିବା ସହ ଗଛପତ୍ର ଗୁଡିକୁ ନଷ୍ଟ କରି ଦେଇଥିଲେ।ସାହୁ ପରିବାର ଏହାକୁ ବିରୋଧ କରିବାରୁ ସୁରେଶ ଓ ତାଙ୍କ ସମର୍ଥକ ମାନେ ସାହୁ ପରିବାରର ଲୋକମାନଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ।ଏମିତିକି ସାହୁ ପରିବାରର ମହିଳାମାନଙ୍କ ମଧ୍ୟ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ହେଇଛି।ଏ ବାବଦରେ ଏକ ମାମଲା ବର୍ତ୍ତମାନ ସୋର କୋର୍ଟରେ ବିଚାରାଧିନ ରହିଛି।ଏଥିରେ ଅଭିଯୁକ୍ତମାନେ ସର୍ତ୍ତ ମୂଳକ ଜାମିନରେ ଆସିଥିଲା ବେଳେ ଦୁଇଜଣ ଅଭିଯୁକ୍ତଙ୍କ ନାମରେ ଗିରଫ ପରୱ।ନା ଜାରି ହୋଇଥିବା ସୂଚନା।ସୂଚନା ଯୋଗ୍ୟ ଯେ ଉକ୍ତ ଜମିଟି ବାସୁଦେବପୁର ଓ ସିମୁଳିଆ ସୀମାବର୍ତ୍ତୀ ।ଏହା ମଧ୍ୟରେ ବାସୁଦେବପୁର ପ୍ରଶାସନ ଉକ୍ତ ବିବାଦୀୟ ଜମି ଉପରେ ଏକ କମ୍ୟୁନିଟି ସେଣ୍ଟର କରିବାକୁ କାର୍ଯ୍ୟାଦେଶ ଦେବାପରେ ବିବାଦ ଅଧିକ ଜଟିଳ ହୋଇଥିଲା।କମ୍ୟୁନିଟି ସେଣ୍ଟର କାର୍ଯ୍ୟ ଆରମ୍ଭ ହେବା ପରେ ସାହୁ ପରିବାର ପୁଣି ଅଦାଲତରେ ଆଶ୍ରୟ ନେଇଥିଲେ।ସାହୁ ପରିବାରଙ୍କ କହିବା ଅନୁସାରେ ମାନ୍ୟବର ଅଦାଲତ ବିବାଦୀୟ ସ୍ଥାନରେ ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଷ ଦେଇଛନ୍ତି।

ତା ସତ୍ତ୍ଵେ ମଧ୍ୟ ୱ।ର୍ଡ ସଭ୍ୟ ସୁରେଶ ସମର୍ଥକମାନଙ୍କ ସହ ମିଶି ପୁଣି ସେହି ସ୍ଥାନରେ ବାଡ ଭାଙ୍ଗିବା ସହ ଗଣ୍ଡଗୋଳ କରିଥିଲେ।ଘଟଣାରେ ପରସ୍ପର ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏଠି ପ୍ରଶ୍ନ ଉଠୁଛି ଅଦାଲତଙ୍କ ନିର୍ଦ୍ଦେଶ ପରେ ଜଣେ ନିର୍ବାଚିତ ଜନ ପ୍ରତିନିଧି କିପରି ଆଇନକୁ ଅବମାନନା କରି ଗଣ୍ଡଗୋଳ କରିଲେ।ଅଭିଯୋଗ ଅନୁସାରେ ସର୍ତ୍ତମୂଳକ ଜାମିନରେ ଆସିଥିବା ଅଭିଯୁକ୍ତମାନେ ମଧ୍ୟ ପରବର୍ତ୍ତି ଗଣ୍ଡଗୋଳରେ ସାମିଲ ଥିଲେ।ବର୍ତ୍ତମାନ ପିଡିତ ସାହୁ ପରିବାର ଭୟଭୀତ ଅବସ୍ଥାରେ ଦିନ କାଟୁଥିଲା ବେଳେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।ଘଟଣାର ପୃଷ୍ଠଭୂମିକୁ ଯଦି ଦେଖାଯାଏ ତେବେ ଏହାପଛରେ ଏକ ପୂର୍ବ ଶତୃତା ରହିଥିବା ସୂଚନା ମିଳୁଛି।ସୁରେଶ ପାଣିଗ୍ରାହୀ ଏବଂ ସାହୁ ପରିବାରର ଉପେନ୍ଦ୍ର ଦୁହେଁ ବେତଡା ବଜାରରେ ବ୍ୟବସାୟ କରନ୍ତି।ସୁରେଶ ଉପେନ୍ଦ୍ରଙ୍କଠାରୁ ଟିଭି,ଫ୍ରିଜ,ଏସି ଆଦି ସାମଗ୍ରୀ ନେଇ ବ୍ୟବସାୟ କରନ୍ତି।ଏହି କାରବାର ମଧ୍ୟରେ ସୁରେଶଙ୍କ ଉପରେ ଟଙ୍କା ବାକି ରହିଯିବାରୁ ଉପେନ୍ଦ୍ର ଆଉ ଜିନିଷ ଦେବାକୁ ମନା କରିଥିଲେ।ଏଥିଯୋଗୁ ଦୁହିଁଙ୍କ ଭିତରେ ଶତୃତାର ସୂତ୍ରପାତ ହୋଇଥିଲା ବୋଲି ଉପେନ୍ଦ୍ର ଅଭିଯୋଗ କରନ୍ତି।ସେହି ଶତୃତାକୁ ଚରିତାର୍ଥ କରିବାକୁ ସୁରେଶ ଏଭଳି ଗଣ୍ଡଗୋଳ କରୁଥିବା ଅଭିଯୋଗ କରନ୍ତି ଉପେନ୍ଦ୍ର।

Leave A Reply

Your email address will not be published.