ନିର୍ବାଚନ ପାଇଁ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରସ୍ତୁତି ଆହ୍ୱାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନଜରରେ ରଖି ଆଜି ବିଜେପି ଯୁବମୋର୍ଚ୍ଚା କେନ୍ଦ୍ରାପଡା ତରଫରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏବଂ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ଉପସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ ଦୁହୁରିଆ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ନିର୍ବାଚନରେ ଯୁବମୋର୍ଚ୍ଚା ର ଏକ ବଡ଼ ଭୂମିକା ରହିଛି ଏବଂ ଅନ୍ୟାୟ,ଅନୀତି,ଦୁର୍ନୀତି ବିରୋଧରେ ଯୁବମୋର୍ଚ୍ଚାର ଲଢେଇ ଆହୁରି ଜୋରଦାର ହେବ ବୋଲି ସଭାପତି ଶ୍ରୀ ଆଚାର୍ଯ୍ୟ କହିଥିବା ବେଳେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କୁ ହଡ଼ପ କରି ନିଜେ ନାମ ନେଉଥିବା ମିଥ୍ୟାବାଦୀ ରାଜ୍ୟ ସରକାର ଯିବା ଦରକାର ବୋଲି ରାଜ୍ୟ ସଂଯୋଜକ ଅଭିଷେକ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ କେଶବମିଶ୍ର,ରଶ୍ମି ରାଉତରାୟ ପ୍ରମୁଖ କହିଥିବା ବେଳେ କେନ୍ଦ୍ରାପଡ଼ାରେ ନିଯୁକ୍ତି ସୁଯୋଗ ଅଭାବ ଯୋଗୁ ଅନେକ ଯୁବକ ଆଜି ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଜିଲ୍ଲା ସମ୍ପାଦକ ସ୍ମୃତି ରଂଜନ ମଲ୍ଲ କ୍ଷୋଭର ସହ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ସମେତ ରାଜ୍ୟ ସୋସିଆଲ୍ ମିଡ଼ିଆ ପ୍ରମୁଖ ଉମାକାନ୍ତ ପଟ୍ଟନାୟକ,ଜିଲ୍ଲା ସମ୍ପାଦିକା ମନୀଷା ପଣ୍ଡା,ଯୁବମୋର୍ଚ୍ଚା ଉପସଭାପତି ଲଲାଟେନ୍ଦୁ ସିଂ,ଅବିନାଶ ସ୍ବାଇଁ,ଯୁବମୋର୍ଚ୍ଚାର ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ଏବଂ ସମସ୍ତ ମଣ୍ଡଳ ସଭାପତି ମାନେ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ।

Leave A Reply

Your email address will not be published.