ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣାର ତଦନ୍ତ ଭାର ଏନଆଇଏ କୁ ହସ୍ତାନ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟଣାକୁ 3 ଦିନ ପୁରିଲାଣି । ଦିନ ଗଡୁଛି, ତଦନ୍ତ ମଧ୍ୟ ଜାରି ରହିଛି । କିନ୍ତୁ ଅଭିଯୁକ୍ତକୁ ଧରିବାର ସକ୍ଷମ ହୋଇପାରିନି ତଦନ୍ତକାରୀ ଟିମ । ଏହି ଘଟଣାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରିଛି ଗୃହ ମନ୍ତ୍ରଣାଳୟ । ପୁନଃ ଏକ ମାମଲା ରୁଜୁ କରି ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା NIA ।

ଗତ ସପ୍ତାହରେ ବ୍ଲାଷ୍ଟ ସାଇଟକୁ ଏକ ଏନଆଇଏ ଟିମ୍ ଗସ୍ତ ପରେ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଆଜି ଖବର ମିଲିଛି ଯେ,  ପୂର୍ବ ବାଙ୍ଗାଲୋରର ବ୍ରୁକଫିଲ୍ଡସ୍ଥିତ ରାମେଶ୍ୱରମ କାଫେରେ ମାର୍ଚ୍ଚ ୧ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ପ୍ରାୟ ୯ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ସିସିଟିଭି ଯାଞ୍ଚରୁ ଜଣାପଡ଼ିଛି ଯେ, ଟୋପି, ମାସ୍କ ଓ ଚଷମା ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ କାଫେ ଆଡ଼କୁ ଯାଉଥିବା ବ୍ୟକ୍ତି ଜଣକଙ୍କ ହିଁ ଏହି ମାମଲାର ମୁଖ୍ୟ ସନ୍ଦିଗ୍ଧ। ଘଟଣାର ଦିନକ ପରେ ବିସ୍ଫୋରଣ ଘଟାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ କାଫେରେ ଇଡଲି୍‌ ଖାଇବା ପରେ ବ୍ୟାଗ ଛାଡି ପଳାଇଥିଲା ।

ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । କିନ୍ତୁ ସନ୍ଦିଗ୍ଧ ବ୍ୟକ୍ତିର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ରବିବାର କହିଥିଲେ, ” ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିଛି । ତା’ ସମ୍ପର୍କରେ ତଥ୍ୟ ଏକାଠି କରାଯାଉଛି । ବେଙ୍ଗାଲୁରୁ ପୋଲିସର 8ଟି ଟିମ ସହ କେନ୍ଦ୍ରୀୟ ସଂସ୍ଥା ମାମଲାରେ ତଦନ୍ତ କରୁଛନ୍ତି । ଖୁବଶିଘ୍ର ଅଭିଯୁକ୍ତ ଗିରଫ ହେବ । ସହରରେ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି ।”

Leave A Reply

Your email address will not be published.