ପ୍ରି ୱେଡିଂ ରେ ଜମୁଛି ଭିଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ 12 ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୫ ଯାଏ ଜାରି ରହିଛି ପ୍ରି-ୱେଡିଂ ଉତ୍ସବ ।

ସେହିପରି ଏହି ଉତ୍ସବରେ ଦେଶ ବିଦେଶର ବହୁ ହାଇପ୍ରୋଫାଇଲ ଅତିଥି ଯଥା- ଇଭାଙ୍କା ଟ୍ରମ୍ପ, ବିଲ ଗେଟ୍ସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସ ସାମିଲ ହୋଇଥିଲେ । ଅନ୍ୟପଟେ ଦ୍ୱିତୀୟ ଦିନର କାର୍ୟ୍ୟକ୍ରମ ପାଇଁ ଜାମନଗରରେ ପହଁଞ୍ଚିଥିଲା ପୂରା ବଲିଉଡ଼ ଟିମ୍ । ତେବେ ଏଥିରେ ବଲିଉଡ଼ର ତିନି ‘ଖାନ’ ଅର୍ଥାତ୍ ଶାହାରୁଖ, ସଲମାନ ଓ ଆମୀର ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଶାହାରୁଖ, ସଲମାନ ଓ ଆମୀରଙ୍କ ଧୁଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ବଲିଉଡ଼ର ଏହି ତିନି ଖାନ ‘ଆରଆରଆର’ ଫିଲ୍ମର ପ୍ରସିଦ୍ଧ ଗୀତ’ ନାଟୁ-ନାଟୁ’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ, ଏହି ଉତ୍ସବରେ ମୁକେଶ ଅମ୍ବାନୀ ମଧ୍ୟ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମାରୋହରେ ଦୁହେଁ ମଞ୍ଚରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ରାଜ କପୁରଙ୍କ ଆଇକନିକ ଗୀତ ‘ପ୍ୟାର ହୁଆ ଇକରାର୍ ହୁଆ’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ପାଇଁ ମିଳିଥିଲା । ନୃତ୍ୟ ପରିବେଷଣ କରୁଥିବାବେଳେ ମୁକେଶ ଅମ୍ବାନୀ କୁର୍ତ୍ତା ଏବଂ ନୀତା ଅମ୍ବାନୀ ଶାଢି ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଅନନ୍ତ ତାଙ୍କ ପ୍ରେମିକା ରାଧିକାଙ୍କ ସହ ମଧ୍ୟ ସୁନ୍ଦର ଡ୍ୟାନ୍ସ କରିଥିଲେ ।

Leave A Reply

Your email address will not be published.