ରାଜଭବନରେ ମହାରାଷ୍ଟ୍ର ଓ ଗୁଜୁରାଟ ସ୍ଥାପନା ଦିବସ ପାଳିତ: ଏକ ଭାରତ ଶ୍ରେଷ୍ଠ ଭାରତ ଗଢ଼ିବାକୁ ରାଜ୍ୟପାଳଙ୍କ ଆହ୍ୱାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ ଲକ୍ଷ୍ୟରେ ପ୍ରତି ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କର ସ୍ଥାପନା ଦିବସ ପାଳନ ପରିପ୍ରେକ୍ଷୀରେ ରାଜଭବନଠାରେ ଆଜି ମହାରାଷ୍ଟ୍ର ଓ ଗୁଜୁରାଟ ରାଜ୍ୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଶେୀ ଲାଲ ଏଥିରେ ଉପସ୍ଥିତ ଥିବା ଓଡ଼ିଶା ଗୁଜୁରାଟ ସମାଜ ଓ ମହାରାଷ୍ଟ୍ର ମଣ୍ଡଳ, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନଙ୍କୁ ସ୍ଥାପନା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜାଇଥିଲେ । ନିଜ ଉଦ୍‌ବୋଧନରେ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମ ଦ୍ୱାରା ଅନ୍ୟ ରାଜ୍ୟର ସଂସ୍କୃତି, ପରମ୍ପରା ଓ ଜନଜୀବନ ସଂପର୍କରେ ଅଧିକ ଜ୍ଞାନ ଆହରଣ ଫଳରେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ବୁଝାମା ଓ ସଂପର୍କ ବୃଦ୍ଧି ପାଇବ ଓ ଏହା ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ବୋଲି କହିଥିଲେ ।

ମହାରାଷ୍ଟ୍ର ଓ ଗୁଜୁରାଟର ରାଷ୍ଟ୍ରର ପ୍ରଗତି ଓ ବିକାଶରେ ଯଥେଷ୍ଟ ଅବଦାନ ରହିଛି ଓ ସ୍ଥାପନା ଦିବସରେ ରାଜ୍ୟ ଓ ରାଷ୍ଟ୍ରର ସମ୍ମାନ ଓ ଗୌରବ ବୃଦ୍ଧି ପାଇଁ ନୂତନ ସଂକଳ୍ପ ନେବାକୁ ସେ କହିଥିଲେ । ରାଜ୍ୟପାଳ ଉଭୟ ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜର ଓଡ଼ିଶାରେ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସହିତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସକି୍ରୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ରାଜ୍ୟପାଳ ଜନସାଧାରଣଙ୍କ ସେବାରେ ନିଜର କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ କହିଥିଲେ । ଉଭୟ ସଂଗଠନ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଉତ୍ତମ ଯୋଜନା ଓ କାର୍ଯ୍ୟକ୍ରମ ଓଡ଼ିଶାରେ ଗ୍ରହ କରାଯିବାକୁ ଓ ଏଠାରେ ଥିବା ସଫଳ ଯୋଜନା ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେବାକୁ ରାଜ୍ୟପାଳ ସେମାନଙ୍କୁ କହିଥିଲେ । ଏପରି ଭାବବିନିମୟ କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ ଆୟୋଜନ କରାଯିବ ବୋଲି ମଧ୍ୟ ରାଜ୍ୟପାଳ କହିଥିଲେ ।

ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜର କର୍ମକର୍ତ୍ତା ଓ ସଭ୍ୟସଭ୍ୟା, ସେମାନଙ୍କ ପରିବାର ରାଜ୍ୟପାଳଙ୍କୁ ସେମାନଙ୍କର ପରିଚୟ ପ୍ରଦାନ କରିବା ସହ ଓଡ଼ିଶାରେ ରହିବା ଭିତରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ଓ ସୁଖଦ ଅନୁଭୂତି ଓ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ଆତ୍ମୀୟତା ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସହ ରାଜଭବନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.