ଆସନ୍ତାକାଲି ମହାଶିବରାତ୍ରି: ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି ମହାଶିବରାତ୍ରି । ଏଥିପାଇଁ ସମସ୍ତ ଶୈବପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି । ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ଚୂଡାନ୍ତ ହୋଇଛି ନୀତିର୍ନିଘଣ୍ଟ ।ଉତ୍ତର ଦ୍ୱାର ଦେଇ ପ୍ରଥମେ ସେବାୟତ ଏବଂ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସାଧାରଣ ଭକ୍ତମାନେ ସିଂହଦ୍ୱାର ଦେଇ ଦର୍ଶନ କରିବେ। ଗଙ୍ଗାଯମୁନା ଛକରୁ ଧାଡି ବାନ୍ଧି ଦର୍ଶନ କରିବାକୁ ଯିବେ ଭକ୍ତ। ଭକ୍ତଙ୍କ ପ୍ରବଳ ସମାଗମ ଦେଖି କମିସନରେଟ ପୋଲିସ ତରଫରୁ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି।

ସବୁ ମୁଖ୍ୟ ସ୍ଥାନମାନଙ୍କରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ଚାରିପାଖରେ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ୧୩ଟି ସ୍ଥାନରେ ଗାଡି ପାର୍କିଂର ସୁବିଧା କରାଯାଇଛି। ଗାଡ଼ି ପାର୍କିଂ ସ୍ଥଳରୁ ଭକ୍ତ ଚାଲି ଚାଲି ମନ୍ଦିର ପର୍ଯନ୍ତ ଆସିବେ। ପାଟ୍ରୋଲିଂ ଗାଡ଼ିରେ ପୋଲିସ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିବେ। ଲିଙ୍ଗରାଜ ମନ୍ଦିର ସହ ଅନ୍ୟ ୧୦ଟି ମନ୍ଦିରରେ ମଧ୍ୟ ମହାଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କ଼ଡାକଡ଼ି କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୧୧ଜଣ ଏସିପି, ୧୯ଜଣ ଇନ୍ସପେକ୍ଟର, ୮୦ଜଣ ଏସଆଇ ଏବଂ ଏଏସଆଇ, ୩୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଗ୍ନିଶମ ବିଭାଗର ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Leave A Reply

Your email address will not be published.