ଅସହିଷ୍ଣୁତାର ଶେଷ ପାହାଚରେ ମହେଶ ସାହୁ ଏବଂ ତାଙ୍କ ବିଜେଡି ଦଳ, ପାର୍ଟି ଛାଡି ମାଟି କଥା ଚିନ୍ତା କରନ୍ତୁ: ରୁଦ୍ର ପାଣି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ବିଜେଡି ଦଳ ଅସହିଷ୍ଣୁତାର ଶେଷ ପାହାଚରେ ଅଛନ୍ତି । ପାର୍ଟି ଛାଡି ସେ ପ୍ରଥମେ ମାଟି କଥା ଚିନ୍ତା କରନ୍ତୁ ବୋଲି ପ୍ରେସ୍ ବିବୃତ୍ତିରେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ।

ସେ କହିଛନ୍ତି ଯେ ଶଙ୍ଖ ଭବନ ବିଜେଡ଼ି ସାଂସଦ ମହେଶ ସାହୁଙ୍କ ଏବେ ଗୁରୁତ୍ୱ ଦେଲା ବୋଧେ । ଆଜି ପର୍ଯ୍ୟନ୍ତ ତ ତାଙ୍କୁ ଗୁରୁତ୍ୱ ଦେଉ ନଥିଲେ । ସେଥିପାଇଁ ଅନୁଗୁଳ ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ହୋଇଥିବା ବିକାଶକୁ ଦେଖି ସାଂସଦ ଜାଣି ଅଜଣା ଭଳି ହେଉଛନ୍ତି । ୨୦୧୯ ମସିହାରେ ବିଧାନସଭା ଭୋଟ ତୁଳନାରେ ଲୋକସଭା ଭୋଟରେ ମହେଶ କାହିଁକି ପଛରେ ରହିଲେ, ଏ ଜବାବ ତାଙ୍କ ପାଖରେ ଅଛି କି?

ଶଙ୍ଖ ଭବନ ବା ରାଜ୍ୟ ବିଜେଡି ଏବେ ଶ୍ରୀ ସାହୁଙ୍କୁ ହୁଏତ ଗୁରୁତ୍ୱ ଦେଉଥାଇପାରେ । ମାତ୍ର ଏବେ ଅନେକ ଲୋକ ଜାଣୁଥିବେ ଯେ ସେ ହେଉଛନ୍ତି ଢେଙ୍କାନାଳର ଜଣେ ସାଂସଦ । ୨୦୧୯ ମସିହାରେ ବିଜେଡି ଏତେ ଭୟଭୀତ ହୋଇଯାଇଥିଲା ଯେ ବରିଷ୍ଠ ନେତା ତଥାଗତ ଶତପଥୀଙ୍କୁ ଦୂରେଇ ଦେଲେ । ପାଲଲହଡା ବିଧାନସଭା ଆସନରୁ ମହେଶ ସାହୁ ବିଧାୟକ ଥିଲେ । ମାତ୍ର ଲୋକସଭା ନିର୍ବାଚନରେ ସେ ପାଲଲହଡା ବିଧାନସଭା ଆସନରୁ ପାଇଥିବା ଭୋଟ ତୁଳନାରେ ଲୋକସଭା ଆସନରେ କାହିଁକି ପଛରେ ରହିଲେ ? ତାଙ୍କ କଥାର କିଛି ମୂଲ୍ୟ ନାହିଁ ।

ନିଜ ଜନ୍ମ ମାଟିର ବିକାଶ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ୧୭ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେଉଛି । ୧୧ ହଜାର ୮୪୩ କୋଟି ବ୍ୟୟରେ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସମ୍ପ୍ରସାରଣ ହୋଇଛି । ୫୦୦ କୋଟି ଟଙ୍କାରେ ତାଳଚେର ମେଡ଼ିକାଲ କଲେଜର ନୂତନ ଭବନ ନିର୍ମାଣ ହୋଇଛି । ତାଳଚେର ବିମଳାଗଡ଼ ନୂଆ ରେଳ ଲାଇନ, ଅନୁଗୋଳ ସୁକିନ୍ଦା ନୂଆ ଲାଇନ, ସମ୍ବଲପୁର ତାଳଚେର ରେଳଲାଇନର ଦୋହରୀକରଣ, ଅନୁଗୋଳରୁ ବଳରାମ କୋଇଲା ଖଣିକୁ ରେଳ ସଂଯୋଗ ସହ ରେଳ ଭିତ୍ତିଭୂମିକୁ ମଜଭୂତ କରାଯାଇଛି । ଅନୁଗୋଳ ଜିଲ୍ଲାରେ ଚାରି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ୟମରେ ସଫଳ ହୋଇଛି । ଖାଲି ସେତିକି ନୁହେଁ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଆଦର୍ଶ ରେଳ ଷ୍ଟେସନ, ବିପିସିଏଲ କମନ ୟୁଜର ଫେସିଲିଟି,ଜୋରନ୍ଦାକୁ ଜଳ ଯୋଗାଣ ପାଇଁ ପ୍ରାୟ ୧୫ କୋଟି ଦେବାର ବ୍ୟବସ୍ଥା କରାଇଛନ୍ତି । ଏହା ସହ ସିଟି ଗ୍ୟାସବିତରଣ ଭଳି ଅନେକ ବିକାଶମୂଳକ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଅବର୍ଣ୍ଣନୀୟ ।

ସାରା ଓଡିଶା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିକାଶ ପୁରୁଷ, ପ୍ରଗତିର ସାରଥୀ, ଉଜ୍ଜ୍ୱଳା ମ୍ୟାନ କହୁଥିଲା ବେଳେ ସାଂସଦ ମହେଶ ସାହୁ ଶଙ୍ଖ ଭବନରେ ତାଙ୍କ ପ୍ରତି ଏଭଳି ଟିପଣୀ ଦେବା ହାସ୍ୟାସ୍ପଦ । ଯଦି ତାଙ୍କର ସତସାହସ ଅଛି ତା’ ହାଲେ ବିକାଶ ହୋଇନଥିବା କଥା ନିଜ ଅଞ୍ଚଳରେ କୁହନ୍ତୁ, ଲୋକେ ଏହାର ଜବାବ ଦେବେ ।

Leave A Reply

Your email address will not be published.