ଜୌନ ନିର୍ଯାତନା ମାମଲା: ହାଇ‌‌ର୍କୋଟରେ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୌନ ନିର୍ଯାତନା ମାମଲାରେ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଫେରାର କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି। ସୂଚନା ଅନୁଯାୟୀ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ମହିଳା ଥାନାରେ ହୋଇଥିଲା।

ପୁଲିସ ଏକ ମାମଲା ରୁଜୁ କରି ଗଲା ୨୧ ତାରିଖରେ କଲିକତା ସହରର ବାଲିଗଙ୍ଗ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ସେଠାରେ ସୌରିନ୍ ଗଲା ୭ ଦିନ ହେବ ଅନୁପସ୍ଥିତ ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା।

Leave A Reply

Your email address will not be published.