ଦିଲ୍ଲୀ ପୋଲିସ ପକ୍ଷରୁ ହନୀ ସିଂଙ୍କୁ ମିଳିଲା ସୁରକ୍ଷା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରସିଦ୍ଧ ର‌୍ୟାପର ହନୀ ସିଂଙ୍କୁ ହତ୍ୟା ଧମକ ମିଳିବା ପରେ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ୨ଜଣ ପୋଲିସକର୍ମୀ ତାଙ୍କ ସହ ୨୪ ଘଂଟା ରହିବେ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ପକ୍ଷରୁ ତାଙ୍କ ଜୀବନରୁ ମାରିଦେବା ନେଇ ଧମକ ମିଳିଥିଲା । ଏଥିରେ ଭୟଭୀତ ହୋଇ ହନୀ ସିଂ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଗୋଲ୍ଡି ଏବେ କାନାଡାରେ ଲୁଚି କରି ରହିଥିବା ପୋଲିସ ସନ୍ଦେହ କରୁଛି । ସେଠାରେ ରହି ସେ ତାର ଗ୍ୟାଙ୍ଗ ଚଳାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସିଦ୍ଧୁ ମୁସେୱାଲ ହତ୍ୟା ଘଟଣା ପରେ ଗୋଲ୍ଡି ନାଁ ଉଠିଥିଲା । ଏହା ପରେ ପରେ ଗୋଲ୍ଡିର ସହଯୋଗୀ ଲରେନ୍ସ ବିଶ୍ନୋଇ ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଗୋଲ୍ଡିର ଭଏସ ମେସେଜ ପରୀକ୍ଷଣ ପାଇଁ ପଠାଇଛି ।

Leave A Reply

Your email address will not be published.