ମହାରାଷ୍ଟ୍ରରେ ଟାଟା ମ୍ୟାଜିକ୍‌କୁ ଧକ୍କା ଦେଲା ଟ୍ରକ୍‌, ୮ ଯାତ୍ରୀ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୮ ଜଣଙ୍କ ଜୀବନ। ଦାପୋଲି-ହରନେ ରାଜ୍ୟ ରାଜପଥର ଅସୁଦଠାରେ ଏକ ଦ୍ରୁତଗାମୀ ଟ୍ରକ୍‌, ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଟାଟା ମ୍ୟାଜିକ୍‌ରେ ଥିବା ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ମୁତାବକ, ରବିବାର ଦ୍ୱିପ୍ରହରରେ ଜିନିଷ ଓହ୍ଲାଇ ଦାପୋଲି ଆଡ଼କୁ ଏକ ଟ୍ରକ୍‌ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ ଟ୍ରକ୍‌ଟି ହରନେ ଗାଁ ନିକଟରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌କୁ ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସା ସମୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ କୋଷରୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ସିଏମ୍‌ ସିନ୍ଦେ ଆହତମାନଙ୍କୁ ସରକାରୀ ଖର୍ଚ୍ଚରେ ଉଚିତ୍‌ ଚିକିତ୍ସା ସେବା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.