୧୫ ସେନା ଅଧିକାରୀଙ୍କୁ ବରଖାସ୍ତ କଲା ପାକିସ୍ତାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମେ ୯ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ସାରା ପାକିସ୍ତାନରେ ହିଂସାକାଣ୍ଡ ହୋଇଥିଲା । ପାକିସ୍ତାନର କେତେକ ସେନା କାର୍ଯ୍ୟାଳୟ ଉପରେ ବି ଆକ୍ରମଣ ହୋଇଥିଲା । ଏବେ ପାକିସ୍ତାନ ସେନା ଏ ନେଇ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । ଏହି ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ପାକିସ୍ତାନ ସେନା ଏବେ ନିଜର ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନ ସେନା ପକ୍ଷରୁ ସୋମବାର କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ ମୋଟ ୧୫ ସେନା ଅଧକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।  ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଲେଫ୍ଟନାଣ୍ଟ ଜେନେରାଲ, ୩ ଜଣ ମେଜର ଜେନେରାଲ ଓ ୭ ଜଣ ବ୍ରିଗେଡିୟର ।

ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣରୁ ବଞ୍ଚାଇବାରେ ସକ୍ଷମ ହୋଇନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସେନା ମୁଖପାତ୍ର (ଡିଜିଆଇଏସପିଆର) ମେଜର ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ ସୂଚନା ଦେଇଛନ୍ତି । କେବଳ ଚାକିରିରୁ ବହିଷ୍କାର ନୁହେଁ, କେତେକ ସେନା ଅଧିକାରୀଙ୍କ ସଂପର୍କୀୟଙ୍କୁ ମଧ୍ୟ ଗିରଫ କରାଯାଇଛି । ପାକ୍ ସେନା ପକ୍ଷରୁ କୁହାଯାଇଛି ଯାହା ପାକିସ୍ତାନର ଶତ୍ରୁମାନ କରିପାରିନଥିଲେ ଏହି ଆନ୍ଦୋଳନକାରୀମାନେ ତାହା କରିଦେଲେ ।  ଏହା ପାକିସ୍ତାନ ଇତିହାସର ଏକ କଳା ଅଧ୍ୟାୟ।

Leave A Reply

Your email address will not be published.