ଟିମ ଇଣ୍ଡିଆକୁ ଫେରିବେ କି ଧୋନି ?

0

୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) :   ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍‌ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ଧୋନିଙ୍କ ପାଇଁ ଚୟନ କମିଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଖେଳାଳି ଚୟନ ବୈଠକ ବସିଥିବାବେଳେ ଧୋନିଙ୍କ ସମ୍ପର୍କରେ କିଛି ସମୟ ପାଇଁ ଆଲୋଚନା ହୋଇଥିଲା। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଟିମ୍‌ ଚୟନ ବେଳେ ପୂର୍ବଭଳି ଧୋନିଙ୍କୁ ଏଥିରେ ସାମିଲ କରାଯାଇ ନଥିଲା କି ଧୋନିଙ୍କ ଭିବଷ୍ୟତ ବାବଦରେ ମଧ୍ୟ ବିସ୍ତୃତ ଭାବେ କୌଣସି ଆଲୋଚନା ହୋଇ ନଥିଲା। ତେବେ ଯଦି ଧୋନି ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବ। କେବଳ ଧୋନି କାହିଁକି ବହୁ ବରିଷ୍ଠ ଓ ଯୁବ ଖେଳାଳି ମଧ୍ୟ ଆଇପିଏଲ ଖେଳିବେ। ଯଦି ସେମାନେ ବି ଭଲ ପଦର୍ଶନ କରିବେ ତା’ହେଲେ ସମସ୍ତଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଧୋନିଙ୍କ ଭବିଷ୍ୟତ ନେଇ ସମାନ କଥା କହିଥିଲେ।

Leave A Reply

Your email address will not be published.