ଜାଣନ୍ତୁ ହୋଲିରେ କେଉଁ ପ୍ରକାରର ସତର୍କତା ଅବଲମ୍ବନ କରିବେ

0

ହୋଲିରେ କରୋନା ସଂକ୍ରମଣରୁ ଦୂରେଇ ରହିବାପାଇଁ କେତେକ ସତର୍କତା ନିର୍ଦେଶାବଳୀ ଜାରିକରିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।
ହୋଲିରେ ବଡ଼ ସମାବେଶ ନ କରିବାକୁ ସେ ଜନସାଧାଣଙ୍କୁ ଆହ୍ୱାନ କରିଛନ୍ତି, ଆଲିଙ୍ଗନ ଓ କରମର୍ଦ୍ଦନଠାରୁ ଦୂରେଇ ରହିବ। ,ମୁହଁରେ ରଂଗ ନ ଲଗାବାକୁ ସେ ପରାମର୍ଶ ଦେଇଛନ୍ତି ,ଏକାଠି ହୋଇ ସମାବେଶରେ ହୋଲି ନ ଖେଳି ଘର ଭିତରେ ପରିବାର ସହ ହୋଲି ଖେଳିବା l ଥଣ୍ଡା, ଛିଙ୍କ, କାଶ ହେଉଥିଲେ ହୋଲି ନ ଖେଳିବାକୁ ମଧ୍ୟ ସେ କହିଛନ୍ତି।

ଲୋକଙ୍କ ମଧ୍ୟରେ ହୋଲି ଖେଳିବା ପାଇଁ ପ୍ରବଳ ଉତ୍କଣ୍ଠା ଭରି ରହିଥିବା ବେଳେ କେଉଁ ପ୍ରକାର ସତର୍କତା ଅବଲମ୍ବନ କରିବା ଉଚିତ ସେ ସଂପର୍କରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି l ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ ।ଦଳବଦ୍ଧ ହୋଇ ହୋଲି ଖେଳିବା ବା ସ୍ନାନ କରିବା ଆଦିରୁ ଦୂରେଇ ରୁହନ୍ତୁ।ସର୍ଦ୍ଦି, କାଶ, ଜ୍ୱର ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ।ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କୌଣସି କଷ୍ଟ ଅନୁଭବ କରନ୍ତି । ତେବେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ।

 

Leave A Reply

Your email address will not be published.