ମାଲଦ୍ୱୀପ ଯାଉଥିବା ବିମାନରେ ତ୍ରୁଟି; କୋଏମ୍ବଟୁରରେ ଜରୁରୀ ଅବତରଣ

0

ମାଲଦ୍ୱୀପ ଯାଉଥିବା ଗୋ ଫାଷ୍ଟ ଘରୋଇ ବିମାନକୁ ଧୂଆଁ ସମ୍ବନ୍ଧୀୟ ଚେତାବନୀ ହେତୁ ଶୁକ୍ରବାର ଦିନ କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ପଡିଛି।ପାଇଲଟ୍ ଧୂଆଁ ବିଷୟରେ ଚେତାବନୀ ପାଇବା ପରେ ଗୋ ଫାଷ୍ଟ ଏୟାରଲାଇନ୍ସର ବିମାନ କୋଏମ୍ବାଟୁରରେ ଜରୁରୀକାଳୀନ ଅବତରଣ କରିଥିଲା। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ବାଙ୍ଗାଲୋରରୁ ମାଲେ ଅଭିମୁଖେ ଯାଉଥିବା ଏହି ବିମାନରେ ୯୨ ଜଣ ଯାତ୍ରୀ ଥିଲେ। ବିମାନଟି ନିରାପଦରେ ବିମାନବନ୍ଦରରେ ଅବତରଣ କଲା ଏବଂ ‘ଆପ୍ରୋନ୍’ (ପାର୍କିଂ) ରେ ଅଛି। ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କ ଅନୁଯାୟୀ ବିମାନର ସଂଚାଳନ ସ୍ୱାଭାବିକ ଅଛି।

ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ୯୨ ଯାତ୍ରୀଙ୍କୁ ନେଇ ବାଙ୍ଗାଲୋରରୁ ମାଲଦ୍ୱୀପକୁ ଗୋ ଫାଷ୍ଟ ବିମାନ ଆଜି ମଧ୍ୟାହ୍ନ ସମୟରେ କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଇଞ୍ଜିନଟି ଅତ୍ୟଧିକ ଗରମ ଚେତାବନୀ ଘଣ୍ଟି ବାଜିବା ପରେ ବିମାନଟି ଉଡ଼ାଣର ଏକ ଘଣ୍ଟା ପରେ ଅବତରଣ କରିବାକୁ ପଡିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.