ମନ ମୋର କାଗଜଗୁଡ଼ିର ମ୍ୟୁଜିକ୍ ରିଲିଜ

0

ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ଏବଂ ଆମ୍ରୀ ମ୍ୟୁଜିକ୍ ସହଭାଗିତାରେ ରିଲିଜ୍ ହେଇଛି ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ମ୍ୟୁଜିକ୍। ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର। ନିକଟରେ ଏହାର ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ ରାଉତରାୟ, ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ, ସମାଜସେବୀ ଅର୍ଜୁନ ସାହୁ ପ୍ରମୁଖ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଉକ୍ତ ଚଳଚ୍ଚିତ୍ରର କାରିଗର ଓ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମାନସ ପଡିହାରୀ। ଏଇ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ବାଇଁ। ମୁଖ୍ୟ ଭୂମିକାରେ ଅଛନ୍ତି ରାକେଶ, ଭୂମିକା ଏବଂ ପ୍ରୀତିରାଜ, କୁମାର ଐଶ୍ବର୍ଯ୍ୟା, ଜିତୁ, ଦେବୀ ବାରିକ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ଭକ୍ତ, ସୁହାନା,ମମତା ଦାସ, ଦିବ୍ୟାଂଶ। ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଅତିଥି କଳକାକାର ଭାବେ ଦେଖିବାକୁ ମିଳିବେ। ‘ମନ ମୋର କାଗଜ ଗୁଡ଼ି’ଏକ ରୋମାଣ୍ଟିକ ପ୍ରେମ କାହାଣୀ। ଏଥିରେ ନାୟିକା କୌଣସି କାରଣରୁ ଅାନମନା ହୋଇ ଡ୍ରଗସ୍ ସେବନ କରୁଛି।

Leave A Reply

Your email address will not be published.