ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ହେଲେ ମନୋନୀତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନବନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସେ ମନୋନୀତ ହୋଇଛନ୍ତି । ମନ୍ତ୍ରଣାଳୟର ନୀତି ନିର୍ଦ୍ଧାରଣରେ ପରାମର୍ଶଦାତା କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଶ୍ରୀ ମଙ୍ଗରାଜଙ୍କ ମନୋନୟନ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଥାଉକି, ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଅତ୍ୟନ୍ତ ଦକ୍ଷତାର ସହ ଏହି କାର୍ଯ୍ୟ ତୁଲାଇଥିଲେ । ବିଜେଡ଼ିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱରେ ଏବେ ବି ଅଛନ୍ତି ।
ରାଜ୍ୟସଭା ସାଂସଦ ଭାବେ ନବନିର୍ବାଚିତ ମାନସଙ୍କୁ ନିକଟରେ ଆଉ ଏକ ଗୁରୁଦାୟିତ୍ୱ ମିଳିଥିଲା । ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏଥିରେ ଦୁଇ ଜଣ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ନିର୍ବାଚିତ ହେବାର ବ୍ୟବସ୍ଥା ଥିବା ବେଳେ ମାନସଙ୍କୁ ଏହି ସୌଭାଗ୍ୟ ମିଳିଛି ।

Leave A Reply

Your email address will not be published.