ମଣିପୁର ହିଂସା, ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମଣିପୁର ହିଂସାକୁ ନେଇ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଏହାରି ଭିତରେ ବୁଧବାର କିଛି ଦୁର୍ବୃତ୍ତ ଇମ୍ଫାଲ୍ ୱେଷ୍ଟର ଲ୍ୟାମ୍ପେଲରେ ଥିବା ମଣିପୁରର ମନ୍ତ୍ରୀ ନେମଚା କିପଗେନଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ।

ଅଧିକାରୀମାନେ କହିଛନ୍ତି ଯେ ହିଂସାକାରୀମାନେ ମନ୍ତ୍ରୀଙ୍କ ସରକାରୀ ବଙ୍ଗଳାକୁ ନିଆଁ ଲଗାଇ ଦେଇଥିବା ବେଳେ କିପଗେନ୍ ସେତେବେଳେ ଘରେ ନଥିଲେ। ନିଆଁ ଲାଗିବା ବିଷୟରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, କିପଗେନ୍ କୁକି ସମ୍ପ୍ରଦାୟର ଅଟନ୍ତି। ଅଗ୍ନିକାଣ୍ଡକୁ ନେଇ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ସମ୍ନାକୁ ଆସିନାହାନ୍ତି। ମଣିପୁରରେ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପାଇଁ ମୈତେଇ ସମ୍ପ୍ରଦାୟର ଦାବିକୁ ବିରୋଧ କରିବା ପାଇଁ ମେ’ ୩ ରେ ଏକ ଆଦିବାସୀ ଏକତା ପଦଯାତ୍ରା ଆୟୋଜନ କରାଯିବା ପରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା।

ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହା ବ୍ୟତୀତ ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ମଣିପୁର ମନ୍ତ୍ରୀ ନେମ୍‌ଚା କିପ୍‌ଗେନ୍‌ଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।

ଗତକାଲି ରାତିରେ ମଧ୍ୟ ମଣିପୁରର ଖାମେନଲୋକ ଅଞ୍ଚଳର ଏକ ଗ୍ରାମରେ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ବୁଧବାର ଦିନ ପୋଲିସ କହିଛି ଯେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଦୁର୍ବୃତ୍ତମାନେ ଇମ୍ଫାଲ ପୂର୍ବ ଜିଲ୍ଲା ଏବଂ କାଙ୍ଗପୋକି ଜିଲ୍ଲା ସୀମାନ୍ତରେ ଥିବା ଖାମେନଲୋକ ଅଞ୍ଚଳର କୁକି ଗ୍ରାମକୁ ଘେରି ରହି ଆକ୍ରମଣ କରିଥିଲେ।

Leave A Reply

Your email address will not be published.