ଦୁଃଖଦ ଖବର, ଜାହାଜ ବୁଡି ୭୯ ଜଣଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗ୍ରୀସ ଉପକୂଳରେ ବୁଡିଲା ଜାହାଜ । ଜାହାଜ ବୁଡି 79ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଥିବା ସୂଚନା। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ସିଏନଏନଏ ରିପୋର୍ଟ କରିଛି । ବର୍ତ୍ତମାନ ସୁଦ୍ଧା 104 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ଉଦ୍ଧାରକାରୀ ଦଳ ।

ସମସ୍ତ ମୃତକ ପ୍ରବାସୀ ହୋଇଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କ ବୟସ ପ୍ରାୟ 16ରୁ 41 ବର୍ଷ ମଧ୍ୟରେ ହେବ । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ତେବେ ଜାହାଜରେ କେତେ ଯାତ୍ରୀ ଯାତ୍ରା କରୁଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଆନୁମାନିକ 750 ଯାତ୍ରୀ ରହିଥିବା ନେଇ ଉଦ୍ଧାର ହୋଇଥିବା ଯାତ୍ରୀ ମତ ରଖିଛନ୍ତି । ପ୍ରବାସୀ ଜାହାଜଟି ଗ୍ରୀସ ଉପକୂଳରେ ବୁଡିବାର ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

କିନ୍ତୁ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । ପେଲୋପୋନିସ୍ ପ୍ରିଫେକ୍ଟ ପାନାଜୋଟିସ୍ ନିକାସର ମୁଖପାତ୍ର କହିଛନ୍ତି ଯେ, ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଜାହାଜଟି ଲିବିଆର ଟୋବ୍ରୁକରୁ ଯାତ୍ରା କରିଥିବା ବେଳେ ବୁଧବାର ଗ୍ରୀସ ଉପକୂଳରେ ବୁଡି ଯାଇଥିଲା। ଏହି ଘଟଣାରେ ଅନ୍ତର୍ଜାତୀୟ ସଂଗଠନ ଟ୍ବିଟ୍ କରି ଲେଖିଛି ଯେ, ଗ୍ରୀସର ପାଏଲସ ଠାରେ ଏକ ଜାହାଜ ବୁଡିଯାଇଛି ।

ବର୍ତ୍ତମାନ ସୁଦ୍ଧା 104 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 32ଟି ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ । ଡଙ୍ଗାଟିରେ 400 ଯାତ୍ରୀ ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

Leave A Reply

Your email address will not be published.