ଆଜି ପବିତ୍ର ମିଥୁନ ସଂକ୍ରାନ୍ତି, ଜାଣନ୍ତୁ ଆଜି ଦିନର ମହତ୍ତ୍ୱ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ପବିତ୍ର ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି । ବର୍ଷକ ୧୨ ମାସରେ ୧୨ ଟି ସଂକ୍ରାନ୍ତି ହୋଇଥାଏ  ଯେଉଁଥିରେ ସୂର୍ଯ୍ୟ ଦେବ ଅଲଗା ଅଲଗା ରାଶି ନକ୍ଷତ୍ର କୁ ବିରାଜମାନ କରନ୍ତି। ହିନ୍ଦୁ ଧର୍ମ ରେ ସଂକ୍ରାନ୍ତି ରେ ଦାନ ପୁଣ୍ୟ ର ଅନେକ ମହତ୍ୱ ରହିଛି ।

 ରଜ ସଂକ୍ରାନ୍ତିରେ ସୌରମଣ୍ଡଳ ରେ ଖୁବ୍ ବଡ଼ ପରିବର୍ତନ ଆସିଥାଏ l ଏହିଦିନ ସୂର୍ଯ୍ୟ ବୃଷଭ ରାଶି ରୁ ବାହାରି ମିଥୁନ ରାଶି ରେ ପ୍ରବେଶ କରି ଥାଆନ୍ତି । ଯାହା ଦ୍ୱାରା ସମସ୍ତ ରାଶିର ନକ୍ଷତ୍ରର ରାଶି ପରିବର୍ତନ ହୋଇଥାଏ ।  ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଙ୍କ ର ଏହି ପରିବର୍ତନ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ । ଏହି ସଂକ୍ରାନ୍ତି କୁ ଦେଶର ବିଭିନ ସ୍ଥାନରେ ଅଲଗା ନାମରେ ପାଳିତ ହୋଇଥାଏ । ଆଜିର ଦିନରେ ସୂର୍ଯ୍ୟ ଦେବ ମିଥୁନ ରାଶିରେ ପ୍ରବେଶ କରୁଥିବା କାରଣରୁ ଏହି ରାଶିର ବ୍ୟକ୍ତି ଶିବ ଦର୍ଶନ ର ଖୁବ ମହତ୍ୱ ରହିଛି।

ମିଥୁନ ସଂକ୍ରାନ୍ତି ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାଇର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ରଜ ପର୍ବ ଭାବେ ମଧ୍ୟ ପାଳନ କରାଯାଏ ।

ମିଥୁନ ରାଶିର ବ୍ୟକ୍ତି ମାନେ ଆଜିର ଦିନରେ ଦାନ ପୁଣ୍ୟ କରିବା ଆବଶ୍ୟକ।  ସୂର୍ଯ୍ୟ ଦେବଙ୍କ କୃପା ଲାଭ କରିବା ପାଇଁ ଆଜିର ଦିନରେ ଗୋଟିଏ ତମ୍ବା ପାତ୍ରରେ ରାଶି ଓ ଦୁଗ୍ଧ ସୂର୍ଯ୍ୟ ଦେବଙ୍କ ନିକଟରେ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣଙ୍କ ର ସମସ୍ତ ରିଷ୍ଟ ଖଣ୍ଡନ ହେବ । ମିଥୁନ ସଂକ୍ରାନ୍ତି ରେ ଲକ୍ଷ୍ମୀ ଓ ନାରାୟଣ ଙ୍କ କୃପା ଲାଭ କରିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚନ୍ଦନ ରେ ସ୍ୱସ୍ତିକ ଚିହ୍ନ କରନ୍ତୁ ଓ ସେଥିରେ କିଛିଟା ଅରୁଆ ଚାଉଳ ଲଗାନ୍ତୁ । ହିନ୍ଦୁ ମାନ୍ୟତା ଅନୁସାରେ ଆଜିର ଦିନରେ ଲକ୍ଷ୍ମୀ ଗଣେଶ ଙ୍କ ର ମଧ୍ୟ ଆରାଧନା କରାଯାଏ ।  ଯାହାଦ୍ୱାରା ଘରକୁ ସମୃଦ୍ଧି ର ଆଗମନ ହୋଇଥାଏ । ଯଦି ଆପଣ ନକାରାତ୍ମକ ଶକ୍ତି କୁ ଦୂରେଇବା ପାଇଁ ଚାହୁଁଛନ୍ତି ତେବେ ଆଜିର ଦିନରେ ଘରର ଉତ୍ତର ଦିଗରେ ଗୋଟିଏ କଳସ ବାଶାଇ ସେଠାରେ ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ। ଜୀବନ ରୁ ନକାରାତ୍ମକ ଶକ୍ତିକୁ ଦୂରେଇବା ପାଇଁ ମହାଦେବ ଙ୍କ ନିକଟରେ ୧୦୮ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ ।

Leave A Reply

Your email address will not be published.