ପୁଣି ଅଶାନ୍ତ ହେଲା ମଣିପୁର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ଅଶାନ୍ତ ହେଲା ମଣିପୁର । କିଛି ଦିନର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଉଗ୍ରବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଶୁକ୍ରବାର ଏଠାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ବିଳମ୍ବିତ ରାତିରେ ନାରନସେନା ଅଞ୍ଚଳରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଥିବା ସୂଚନା ମିଳଛି । ମୃତ ଯବାନ ବିଷ୍ଣୁପୁର ଜିଲ୍ଲାର ନାରନସେନାରେ ମୁତୟନ ହୋଇଥିଲେ । ସୂଚନା ଅନୁସାରେ, ସିଆରପିଏଫ ୧୨୮ ବାଟାଲିୟନର ଯବାନମାନେ ନାରନସେନା ଅଞ୍ଚଳରେ ମୁତୟନ ହୋଇଥିଲେ।

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ମିନିଟରେ ଯବାନମାନେ ଶୋଇଥିବାବେଳେ କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇଥିଲା। ଯବାନମାନେ ଆକ୍ରମଣ ସମ୍ପର୍କରେ ଜାଣିପାରି ପ୍ରତିଆକ୍ରମଣ କରିଥିଲେ। ଫଳରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଯବାନ ପ୍ରାଣ ହରାଇଥିଲେ।

Comments are closed.