୨ ହାର୍ଡକୋର୍ ମାଓବାଦୀ ଗିରଫ

0

ଓଡ଼ିଆ ନ୍ୟୁଜ୍: ୨ ହାର୍ଡକୋର୍ ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ। ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍‌କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି. ବିନୋଦ ପାଟିଲ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ କିଛିଦିନ ଧରି ମାଲକାନଗିରି ସିମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟୁଥିବା ବେଳେ ଏଥିରେ ବହୁ ମାଓବାଦୀ ନିହତ ହୋଇଛନ୍ତି। କିଛି ମାଓବାଦୀ ଲୁଛି ରହୁଥିବା ବେଳେ ଆଉ କିଛି ମାଓବାଦୀ ନିଜର ଆତ୍ମରକ୍ଷା ପାଇଁ ପଡୋଶୀ ରାଜ୍ୟରେ ପ୍ରବେଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତିଶଗଡ଼ର କିଛି ମାଓବାଦୀ ଓଡିଶା ମାଲକାନଗିରି ଜିଲାରେ ପ୍ରବେଶ କରିଛନ୍ତି।

Leave A Reply

Your email address will not be published.