ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରେ ପୁଣି ମାଓ ବେନର ଦେଖିବାକି ମିଳିଛି। କିଛି ଦିନ ନୀରବତା ପରେ ଆଜିଭୋର ସକାଲୁ ଖପ୍ରାଖୋଲ ବ୍ଲକ ର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ କିଛି ମାଓ ବେନର ଟଙ୍ଗା ହୋଇଥିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ବେନେର ରେ 6 ଗୋଟି ଦାବି ରଖିଛନ୍ତି। ମାଓବାଦୀଙ୍କ 19 ତମ ସ୍ଥାପନା ଦିବସ୍ କୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ ଶତ୍ରୁର ଆକ୍ରମଣ କୁ ପାଟିକୁ ବଞ୍ଚାଇ ରଖନ୍ତୁ ।ପାଟିକୁ ଧକ୍କା ଦେଇ ପୋଲିସକୁ ସୂଚନା ଦେଉଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ଦିଅନ୍ତୁ।
ପାର୍ଟି ଆପଣଙ୍କର ଅଟେ ପିଡ଼ିତ ଲୋକଙ୍କର ମୁକ୍ତି ପାଇଁ ସଙ୍ଘର୍ଷ କରୁଅଛୁ । ଏହି ପାର୍ଟି କୁ ବଞ୍ଚାଇ ରଖିବା ଗରିବ ଲୋକମାନଙ୍କ ଦାଇତ୍ୱ ଅଟେ । ପୋଲିସ ଅର୍ଦ୍ଧ ସୈନିକ ବାହିନୀ ଜମିଦାର ପୁଞ୍ଜିବାଦି ସାମ୍ରାଜ୍ୟ ବାଦୀ ସେମିତି ଲୁଣ୍ଠନ ଶ୍ରେଣୀଙ୍କୁ ରକ୍ଷା କରୁଅଛି। ଉଚିତ ଲୋକ ମାନଙ୍କ ଉପରେ ଦମନ ଅତ୍ୟାଚାର କରି ଚାଲୁଛି । ପୋଲିସର ସୂଚନା ଦା ତାଙ୍କୁ ଗାଁରୁ ଖେଦି ଦିଅନ୍ତୁ ।ମାଓବାଦୀ ପାଟିକୁ ସହଯୋଗ କରନ୍ତୁ। ତଳେ ଉଲ୍ଲେଖ ରହିଛି ବି ବି ଏମ (ବରଗଡ଼ ବଲାଙ୍ଗିର ମହାସୁମଣ୍ଡ ) ଡିବିଜନ କମିଟି । ଏହା ଫଳରେ ଅଞ୍ଚଳରେ ଭୟଦେଖା ଦେଇଛି।