ମେ ୨ରେ ମାଟ୍ରିକ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ମେ’ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ’ ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଲା BSE। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ।bseodisha.ac.inରେ ରେଜଲ୍ଟ ଦେଖିହେବ।ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହୋଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଭାବରେ ସାରିବା ଓ କପି ମୁକ୍ତ କରିବା ବଡ ଆହ୍ବାନ ଥିଲା । ସେଥିପାଇଁ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ର ଗୁଡିକୁ ସ୍କ୍ବାଡ୍‌ ସରପ୍ରାଇଜ ଭିଜିଟ କରିଥିଲେ । ନୋଡାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ର ଗୁଡିକ ସିସିଟିଭି ସର୍ଭେଲାନ୍ସରେ ରହିଥିଲା।କଣ୍ଟ୍ରୋଲ ରୁମ୍‌ରୁ ସ୍ବତନ୍ତ୍ର ଭାବରେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଥିଲା । ସେହିପରି ମାଓ ଅଧ୍ୟଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା ।

Leave A Reply

Your email address will not be published.