ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍: ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା।ଜୁଲାଇ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ ପରୀକ୍ଷା।ସକାଳ ୯ଟାରୁ ୧୧ଟା ୩୦ ଯାଏଁ ହେବ ପରୀକ୍ଷା।ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ତେବେ କେବଳ ପରୀକ୍ଷା ପାଇଁ ସମୟ ସାଢ଼େ ୯ରୁ ୧୧ଟା ୪୫ ରଖାଯାଇଛି।

ମେ ୨ ତାରିଖରେ ପ୍ରକାଶ ପାଇଥିଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳାଫଳ।ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସ୍‌ହାର ୯୬% ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୫% ରହିଛି । ସେହିଭଳି କୋରାପୁଟରେ ସର୍ବନିମ୍ନ ପାସ୍ ହାର ୯୨.୮୩% ରହିଛି । ୩୨୭୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

Leave A Reply

Your email address will not be published.