ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲ ସମ୍ମେଟିଭ୍‌-୧ ପରୀକ୍ଷା ଖାତା ମୂଲ୍ୟାୟନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲ ସମ୍ମେଟିଭ୍‌-୧ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଉଛି । ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମୋଟ୍‌ ୫୬ଟି କେନ୍ଦ୍ରରେ ୧୨ ହଜାର ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି ।

୧୦ ଦିନ ମଧ୍ୟରେ ଖାତା ଦେଖା ସରିବ । ସମେଟିଭ୍‌-୧ରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନ ସମ୍ବଳିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଖାତା ଦେଖା ସରିବା ପରେ ଏହାକୁ ଯାଞ୍ଚ କରି ପରୀକ୍ଷା ଫଳ ବୋର୍ଡ ୱେବ ସାଇଟରେ ପ୍ରକାଶ ପାଇବ

Leave A Reply

Your email address will not be published.