OSLର ଲାଞ୍ଚ କାରବାର: ବିଭିନ୍ନ କମ୍ପାନୀରୁ କାର୍ଗୋ ପରିବହନ କରାଇ ଦେବା କହି ବିପୁଳ ଟଙ୍କା ଲାଞ୍ଚ ନେଉଥିଲେ ପାରାଦୀପ ପୋର୍ଟର ମେକାନିକାଲ ଇଞ୍ଜିନିୟର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କିଭଳି ହୋଇଥିଲା ଲାଞ୍ଚ କାରାବର । ସିବିଆଇ ତଥ୍ୟ ଅନୁସାରେ, ପାରାଦୀପ ପୋର୍ଟର ମେକାନିକାଲ ଇଞ୍ଜିନିୟର ସରୋଜ ଦାସ OSL ଭଳି ବିଭିନ୍ନ କମ୍ପାନୀ ରୁ କାର୍ଗୋ ପରିବହନ କରାଇ ଦେବା କହି ବିପୁଳ ଟଙ୍କା ଲାଞ୍ଚ ନେଉଥିଲେ । ସୁମନ୍ତ, ସଂଖ ଶୁଭ୍ର ମିତ୍ର , ଦେବପ୍ରିୟ ମହାନ୍ତି ମଧ୍ୟସ୍ଥି ଭାବେ କାମ କରୁଥିଲେ । OSL ଦ୍ୱାରା କନଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମରାମତି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ସରୋଜ ଦାସ, ସୁମନ୍ତ, ସଂଙ୍ଖ ଶୁଭ ଓ ଚର୍ଚ୍ଚିତ ମିଶ୍ରଙ୍କ ସହ ଷଡଯନ୍ତ୍ର କରି ଏହାକୁ ପାରାଦୀପ ପୋର୍ଟ ଦ୍ୱାରା ମରାମତି କରାଇଥିଲେ । ଏହାଦ୍ୱାରା OSL କୁ ଫାଇଦା ହୋଇଥିଲା ।

ପରବର୍ତ୍ତୀ ସମୟରେ ସରୋଜ ଦାସ 60 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ଦେବାରୁ ବିଳମ୍ବ ହେବାରୁ ସରୋଜ ଓ ସୁମନ୍ତ ଡ଼ିଜିଏମ୍ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଯୋଗାଯୋଗ କରୁଥିଲେ । ୩୧/୭ ରେ ଶଙ୍ଖଶୁଭ ସୁମନ୍ତ ଙ୍କୁ ଜନାଇଥିଲେ କଟକରେ ଲାଞ୍ଚ ଟଙ୍କା ମିଳିବ । ଗତ ୩ ତାରିଖରେ ରେ ଦେବପ୍ରିୟ ସୁମନ୍ତ ଙ୍କୁ ଜଣାଇଥିଲେ କଟକରୁ ଏସ.ଏନ ସାହୁ ଙ୍କ ଠାରୁ ଟଙ୍କା କଲେକ୍ଟ କରାଯିବ । ପରେ ସୁମନ୍ତ କଟକ ଯାଇ ୨୫ ଲକ୍ଷ ଟଙ୍କା ଗ୍ରହଣ କରି ଶଙ୍ଖଶୁଭ କୁ ଜଣାଇଥିଲେ । ପରେ ସୁମନ୍ତ 10 ଲକ୍ଷ ଟଙ୍କା ବିଲଡର ଶିଶିର ଦାଶ୍ ଙ୍କୁ ଅଗ୍ରୀମ ଆକାରରେ ଦେଇଥିଲେ । ଏଭଳି ଥିଲା ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ।

Leave A Reply

Your email address will not be published.