ମହାନଦୀରେ ମଧ୍ୟମ ଧରଣର ବନ୍ୟା, ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦେଲେ ସୂଚନା

0

ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି । ଏନେଇ ଆଜି ମତ ପ୍ରକାଶ କରିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ସେ ବନ୍ୟା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି । ସେ ଦେଇଥିବା ସୂଚନା ମୂତାବକ, ୧୦ଟାରେ ମୁଣ୍ଡୁଳିରେ ୬.୨୬ ଲକ୍ଷ କ୍ୟୁସେକ ଜଳ ପାସ୍ କରିଛି । ଆଜି ୧୦ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ । ତେଣୁ ଏହି କାରଣରୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିଛି । ବର୍ତ୍ତମାନ ହୀରାକୁଦ୍ ରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ହୀରାକୁଦରୁ ଜଳସ୍ତର ଖସୁଛି । ହୀରାକୁଦରେ ୪.୭୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏଠାରେ ଏବେ ଜଳସ୍ତର ୬୨୮.୭୯ ଫୁଟ ରହିଛି । ସେହିପରି ନିଷ୍କାସନ ହେଉଛି ୪.୮୭ ଲକ୍ଷ କ୍ୟୁସେକ୍ ଜଳ । ତେଣୁ ପରିସ୍ଥିତିକୁ ଦେଖି ଗେଟ୍ ବନ୍ଦ କରିବା ନେଇ ନିଷ୍ପତି ନିଆଯିବ । ଅନ୍ୟପଟେ ଡ୍ୟାମର ଜଳସ୍ତର ବଢ଼ୁଛି ତେଣୁ ୨ଟି ଗେଟ୍ ସେଠାରେ ଏବେ ଖୋଲା ରହିଛି ।

Leave A Reply

Your email address will not be published.