୨୫ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ, ଆଜି ସରକାର ନେବାକୁ ଯାଉଛନ୍ତି ଏହି ନିଷ୍ପତ୍ତି

0

ବର୍ତ୍ତମାନ ସମଗ୍ର ଦେଶରେ ସାଧାରଣ ଜନତା ତୈଳ ଦରକୁ ନେଇ ଚିନ୍ତିତ ରହିଛନ୍ତି । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି । ତେବେ ଏହି ମୂଲ୍ୟବୃଦ୍ଧି ସମୟରେ ଗୁଡ୍ସ ଆଣ୍ଡ ସର୍ଭିସେସ୍ (ଜିଏସଟି) ଉପରେ କିଛି ନିଷ୍ପତ୍ତି ସରକାର ନେବାକୁ ଯାଉଛନ୍ତି । ଆଜି ଲକ୍ଷ୍ନୌରେ ଜିଏସଟି କାଉନସିଲର ୪୫ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ପେଟ୍ରୋଲ, ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ଯଦି ଆଜି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନକୁ ଅଣାଯାଏ, ତେବେ ସାଧାରଣ ଜନତାଙ୍କ ପାଇଁ ଏହା ଖୁସିର ବିଷୟ ହେବ । ଏହାଫଳରେ ପେଟ୍ରୋଲ ଦର ବହୁତ ହ୍ରାସ ପାଇବ । ଯଦି ଏହି ନିୟମ ଲାଗୁହୁଏ, ତେବେ ପେଟ୍ରେଲ ଲିଟର ୭୫ ଓ ଡିଜେଲ ୬୮ ଟଙ୍କାକୁ ହ୍ରାସ ପାଇପାରେ । ସାଧାରଣତଃ ପେଟ୍ରୋଲ ଓ ଡିଜେଲରୁ ମିଳୁଥିବା ଟ୍ୟାକ୍ସରୁ ସରକାରଙ୍କ ବହୁତ ଲାଭ ହୋଇଥାଏ । ଏହାଦ୍ୱାରା ସରକାରଙ୍କର ୮୮ ପ୍ରତିଶତ ପ୍ରଫିଟ ବୃଦ୍ଧି ପାଇଥାଏ । ମାତ୍ର ଯଦି ପେଟ୍ରୋଲ, ଡିଜେଲ ଜିଏସଟି ଅଧୀନକୁ ଆସେ, ତେବେ ସରକାରଙ୍କ ପ୍ରଫିଟରେ ହ୍ରାସ ପାଇବ । ତେଣୁ ସରକାର ଏହି ନିୟମ ପୂର୍ବରୁ ଲାଗୁ କରୁନଥିଲେ । ଆଜିର ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.