ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବୁଢ଼ାଗଢ଼ିଆଠାରେ ମୁକୁନ୍ଦ ପ୍ରସାଦ ଦାସ ସ୍ମୃତିକମିଟି ଓ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ ଏକ ମେଗା ସ୍ବାସ୍ଥ୍ୟସେବା ଓ ନିଃଶୁଳ୍କ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି |
ଗ୍ରାମାଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ପ୍ରତିଭଳି ଏ ବର୍ଷ ମଧ୍ୟ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ ବୁଢ଼ାଗଢ଼ିଆରେଏହି ସ୍ଵାସ୍ଥ୍ୟ ସେବା ଆୟୋଜନ କରିଥିଲେ | ଏହି ମାଗଣା ସ୍ଵାସ୍ଥ୍ୟ ସେବା ଶିବିରକୁ ଉଦ୍ଘାଟନ କରିଥିଲେ | କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ, ମୁଖ୍ୟ ଅତଥିଭାବେ ଯୋଗ ଦେଇଥିଲେ SCB ମେଡିକାଲର ଅବସପ୍ରାପ୍ତ ପ୍ରଫେସର ଶଶିଭୂଷଣ ରାଉତ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ ନାୟକ,ଭୁବନେଶ୍ୱର ସନସାଇନ ହସ୍ପିଟାଲ ର ଡାକ୍ତର ଶ୍ୱେତାଙ୍କ ଦାସ, ମୁକୁନ୍ଦ ପ୍ରସାଦ ଦାସଙ୍କ ଅଣନାତି ସମାଜସେବୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀଯୁକ୍ତ ଠାକୁର ରଞ୍ଜିତ ଦାସ, ଭାଜପା ଯୁବମୋର୍ଚ୍ଚା ରାଜ୍ୟ କୋଧ୍ୟକ୍ଷ ରାଜେଶ ମହାକୁଡ଼ ଉପସ୍ଥିତ ଥିଲେ |
ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଶତାଧିକ ଲୋକ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ |
ସ୍ଵାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏହାର ଉପଯୁକ୍ତ ଯତ୍ନ ନେବା ଆମର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ କହିଥିଲେ, ଏହି ମାଗଣା ସ୍ଵାସ୍ଥ୍ୟ ସେବା ଶିବିରରେ ବରିଷ୍ଟ ଓ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାର ଆଖି, ଦାନ୍ତ, ହାର୍ଟ, କିଡ଼ନି ଇତ୍ୟାଦି ରୋଗ ପରୀକ୍ଷା କରାଯାଇଥିଲା, ଭୁବନେଶ୍ୱର ସନସାଇନ ହସ୍ପିଟାଲ ରୁ ଡାକ୍ତର ଶ୍ୱେତାଙ୍କ ଦାସ,ସଦାନନ୍ଦ ମେହେର,ଶୁଭମ ହସ୍ପିଟାଲ ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ପ୍ରଦୀପ ନାୟକ, କଟକ ଏସିବି ରୁ ଅବସପ୍ରାପ୍ତ ଡାକ୍ତର ଶଶଭୂଷଣ ରାଉତ ଉପସ୍ଥିତ ଥିଲେ | ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ପକ୍ଷରୁ ଏହି ଭଳି ସ୍ଵାସ୍ଥ୍ୟସେବା ଆଗକୁ ଜାରିରହିବ ବୋଲି ଶ୍ରୀଯୁକ୍ତ ଠାକୁର ରଞ୍ଜିତ ଦାସ କହଛନ୍ତି, ଗ୍ରାମାଞ୍ଚଳରେ ଗରିବ ଓ ଅସହାୟ ଲୋକମାନଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇ ଆସୁଥିବାରୁ ଅଞଚଳବାସୀ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିକୁ ସାଧୁବାଦ ଜଣାଉଛି