ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟରେ ମେଗା ଅସ୍ତ୍ରପଚାର ଶିବିର | ଉପଖଣ୍ଡ ଚିକତ୍ସାଳୟରେ ଏକ ମେଗା ହାଇଡ୍ରୋସିଲ ଅସ୍ତ୍ରପଚାର ଶିବିର SDMO, ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଡି ଙ୍କ ତତ୍ଵାବଧlନ ରେ ଅନୁଷ୍ଠିତ ହୋଇଯାଇଛି |
ଏଥିରେ ଜିଲ୍ଲା ଏନଭିବିଡିସିପି ୟୁନୀଟି, ଏବଂ ଲେପ୍ରା ସୋସାଇଟିଙ୍କ ମିଳିତ ସହଯୋଗରେ 12 ଜଣ ରୋଗୀଙ୍କର ସଫଳ ଅସ୍ତ୍ରପଚାର କରାଯାଇଛି | ଉକ୍ତ ଶିବିରରେ ବହଳଦା ବ୍ଲକ ର3 ଜଣ, ତିରିଂ ବ୍ଲକ ର 3ଜଣ, ରାଇରଙ୍ଗପୁର ବ୍ଲକ ର 4ଜଣ, କୁସୁମୀ ବ୍ଲକ ର 2 ଜଣ (ଟୋଟାଲ 12ଜଣ )ସଫଳ ଅସ୍ତ୍ରପ୍ରଚାର କରାଗଲା | ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡାକ୍ତର ସୂଚନା ଦେଇଥିଲେ |
ଡାକ୍ତର ସତ୍ୟପ୍ରକାଶ ଧଳ, ଡାକ୍ତର ଡି. ଏନ ପରିଡା, ଡାକ୍ତର, ଡି. ଏନ. ଟୁଡୁ,ଡାକ୍ତର ଶାନ୍ତନୁ ଦାସ, ଶିବିରକୁ ସଫଳ ରୂପାୟନ କରିଥିଲେ | ଏହି କ୍ୟାମ୍ପକୁ SDH ର ହସ୍ପିଟାଲ ମ୍ୟାନେଜର, ଆଲୋକ କୁମାର ଗୋଛାୟତ, ଲେପ୍ରା ସୋସାଇଟି ର ପ୍ରୋଜେକ୍ଟ ଆସୋସିଏଟ, ପ୍ରହଲ୍ଲାଦ ମଙ୍ଗରାଜ, ଏବଂ ମୟୂରଲେପ ପ୍ରକଳ୍ପ ର ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ରହି ଶିବିରକୁ ସୁପରିଚାଳନା ନିମନ୍ତେ ସହଯୋଗ କରିଥିଲେ |